ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱରରେ ଗତକାଲିଠୁ ଆରମ୍ଭ ହୋଇଛି ପ୍ରବାସୀ ଭାରତୀୟଙ୍କ ସମ୍ମିଳନୀ। ଏହି ମହା ସମାରୋହକୁ ଆଜି ଆନୁଷ୍ଠାନିକ ଭାବେ ଜନତା ମୈଦାନରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତ ରାତିରେ ପ୍ରଧାନମନ୍ତ୍ରୀ ବିଶାଖାପାଟଣାରୁ ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆଜି ସକାଳ ୧୦ଟାରୁ ସାଢେ ୧୧ଟା ଯାଏ ମୋଦି ଜନତା ମୈଦାନରେ ରହିବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ପ୍ରବାସୀଙ୍କ ସହ କିଛି ସମୟ ଭାବ ବିନିମୟ କରିବେ। ଏହାପରେ ସେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହାପରେ ବିକଶିତ ଭାରତ ୨୦୪୭ ସଂପର୍କରେ ପ୍ରବାସୀଙ୍କ ସହ ଆଲୋଚନା କରିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହା ସହ ବିଭିନ୍ନ ପ୍ଲେନାରୀ ସେସନରେ ଦେଶର ବିଶେଷ ବ୍ୟକ୍ତି ବିଶେଷମାନେ ପ୍ରବାସୀଙ୍କ ସହ ଆଲୋଚନା କରିବେ।






More Stories
ଭିଜିଲାନ୍ସ ଜାଲରେ ଟ୍ରେଜେରୀ ଅଫିସର କିରାଣୀ…..
୨ ପର୍ଯ୍ୟଟକ ମୃତ…..
ଜରୁରୀ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ…..