Report Card Odisha

| Daily Odia News

କେରଳ ଛୁଇଁଲା ମୌସୁମୀ,୧୫ସୁଦ୍ଧା ଓଡିଶା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଚଳିତ ବର୍ଷ ରଜ ବେଳକୁ ଓଡ଼ିଶାରେ ମୌସୁମୀ ବାୟୁ ଆସିବାର ସମ୍ଭାବନା ରହିଛି । ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଛୁଇଁବା ପରେ ଏହା ସ୍ପଷ୍ଚ ହୋଇଯାଇଛି । ସାଧାରଣତଃ ମୌସୁମୀ କେରଳ ଛୁଇଁବାର ୧୦ରୁ ୧୨ ଦିନ ପରେ ଓଡ଼ିଶା ଆସିଥାଏ । ଏଣୁ ସ୍ବାଭାବିକ ଭାବେ ଜୁନ ୧ରେ ମୌସୁମୀ କେରଳ ଛୁଇଁଲେ ଓଡ଼ିଶାରେ ଜୁନ ୧୦ରୁ ୧୨ ମଧ୍ୟରେ ମୌସୁମୀ ଆସିଥାଏ । ତେବେ ଏବର୍ଷ ମୌସୁମୀ ୨ ଦିନ ବିଳମ୍ବରେ କେରଳ ଛୁଇଁଥିବାରୁ ଓଡ଼ିଶାକୁ ମଧ୍ୟ ୨ ରୁ ୩ ଦିନ ବିଳମ୍ବ ଅର୍ଥାତ ଜୁନ ୧୪-୧୫ ଆଡ଼କୁ ମୌସୁମୀ ଆସିପାରେ । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଏ ବର୍ଷ ମୌସୁମୀ ବର୍ଷା ପରିମାଣ ସ୍ବାଭାବିକ ରହିବ । ତେବେ କେନ୍ଦ୍ରୀୟ ଭାରତ, ଉତ୍ତର-ପୂର୍ବ ଭାରତ ଓ ଦକ୍ଷିଣ ଭାରତରେ ଏଥର ସ୍ବାଭାବିକ କିମ୍ବା ଅଧିକ ବର୍ଷା ହେବ । କିନ୍ତୁ ଉତ୍ତର-ପୂର୍ବ ଓ ଉତ୍ତର ଭାରତରେ ସ୍ବାଭାବିକଠାରୁ କମ ବର୍ଷା ହେବ ବୋଲି ସୂଚନା ମିଳିଛି ।

Breaking News