ରିପୋର୍ଟ କାର୍ଡ / ଭୁବନେଶ୍ଵର
ଚଳିତ ଥର ସ୍ୱାଭାବିକ ରହିବ ମୌସୁମୀ ବର୍ଷା। ଜୁନରୁ ସେମ୍ବେରରେ ଚଳିତ ଥର ଦେଶରେ ୯୬ରୁ ୧୦୪ ପ୍ରତିଶତ ବର୍ଷା ହୋଇପାରେ। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯ଼େ, ସାଧାରଣତଃ ଜୁନ ୧ରେ କେରଳରେ ମୌସୁମୀ ଆସିଥାଏ ଓ ତାହାର ୧୦ରୁ ୧୨ ଦିନ ପରେ ଓଡ଼ିଶାକୁ ମୌସୁମୀ ଆସିଥାଏ । କିନ୍ତୁ ଏବର୍ଷ ତାହା ଜୁନ ୩ରେ ଆସିବାର ସମ୍ଭାବନା ରହିଛି । ଓଡ଼ିଶାକୁ କେବେ ମୌସୁମୀ ଆସିବ ତାହାର ସଠିକ ତାରିଖ ଆଉ କିଛି ଦିନ ପରେ ଜଣାପଡ଼ିବ ବୋଲି ସେ କହିଛନ୍ତି । ଜୁନ ମାସରେ ଓଡ଼ିଶାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ । ଜୁଲାଇ ଓ ଅଗଷ୍ଟ ମାସର ବର୍ଷା ସମ୍ପର୍କରେ ଆଗକୁ ପୂର୍ବାନୁମାନ କରାଯ଼ିବ ବୋଲି ଡ. ମହାପାତ୍ର କହିଛନ୍ତି । ସମଗ୍ର ଭାରତରେ ଏବର୍ଷ ମୌସୁମୀ ବର୍ଷାର ପରିମାଣ ସ୍ବାଭାବିକ ରହିବ । ଜୁନରୁ ସେପ୍ଟେମ୍ବର ମଧ୍ୟରେ ୯୬ ରୁ ୧୦୪ ପ୍ରତିଶ ବର୍ଷ ହେବ ବୋଲି ଆଇଏମଡି ପୂର୍ବାନୁମାନ କରିଛି ।






More Stories
ଔଷଧ ଦୋକାନ ଆଗରେ ଲାଗିବ ରେଟ ଚାର୍ଟ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ପ୍ରବଳ ବର୍ଷା ସମ୍ଭାବନା…..
ପାଠ୍ୟପୁସ୍ତକ ବିଭ୍ରାଟ ମାମଲା:ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀ ଅଟକ