Report Card Odisha

| Daily Odia News

କରୋନା ପ୍ରଭାବିତଙ୍କୁ ମିଳିବ ମଧୁବାବୁ ପେନସନ…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ରାଜ୍ୟରେ କରୋନା ମହାମାରୀ ନେଲଣି ଅନେକ ଜୀବନ। ନିଷ୍ଠୁର କରୋନା କାହାଠୁ ସ୍ୱାମୀକୁ ଛଡାଇ ନେଇଥିବା ବେଳେ ଅନେକ ଶିଶୁଙ୍କୁ ଅନାଥ କରିଛି । ଯାହାକି ଏକ ଦୁଃଖଦ ଘଟଣା | ଏହାକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି । ଆଉ କରୋନା ପ୍ରଭାବିତଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। କରୋନା ପ୍ରଭାବିତଙ୍କୁ ମଧୁବାବୁ ପେନସନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଧବା ଓ ଅନାଥ ପିଲାଙ୍କୁ ଏହି ମଧୁବାବୁ ପେନସନ ମିଳିବ। ସେହିପରି ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ଆଗୁଆ ୩ ମାସର ପେନସନ ପ୍ରଦାନ କରାଯିବ । ୧୫ ଦିନରେ ପେନସନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଖାଲି ସେତିକି ନୁହେଁ, ବ୍ଲାକ୍ ଫଙ୍ଗସ୍ ପାଇଁ ଆଗୁଆ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କରୋନାର ତୃତୀୟ ଲହରରେ ଶିଶୁଙ୍କୁ ଫୋକସ କରିବାକୁ କୁହାଯାଇଛି । ମେଡିକାଲରେ ଅକ୍ସିଜେନ୍ ବ୍ୟବହାର ମଧ୍ୟ ହ୍ରାସ ପାଉଛି । ଏହାସହ ଆଇସିୟୁ ଓ ଏଚଡିୟୁ ସମସ୍ୟାରେ ମଧ୍ୟ ସୁଧାର ଆସୁଛି । ତେବେ ଆସନ୍ତା ସପ୍ତାହ ସୁଦ୍ଧା କୋଭିଡ ସ୍ଥିତିରେ ଉନ୍ନତି ଆସିବ ବୋଲି ସମୀକ୍ଷା ପରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।

Breaking News