ରିପୋର୍ଟ କାର୍ଡ / କଟକ
କଟକ ରେଲୱେ ଷ୍ଟେସନରୁ ଧରାପଡିଛି ମୋଷ୍ଟ ୱାଣ୍ଟେଡ ଉମର ଫାରୁକ୍ । ରେଲୱେ ଷ୍ଟେସନରେ ଯାଞ୍ଚ ବେଳେ ଉମର ଫାରୁକ ଆରପିଏଫ୍ ହାତରେ ଧରାପଡ଼ିଛନ୍ତି । ତେବେ ତେଲେଙ୍ଗାନା ସରକାରଙ୍କ ମୋଷ୍ଟ ୱାଣ୍ଟେଡ ତାଲିକାରେ ଉମରର ନାଁ ଥିଲା । ମିଳିଥିବା ସୂଚନା ଅନୁସାରେ- ଅନ୍ୟ ରାଜ୍ୟକୁ ଯାଉଥିବା ସମୟରେ ଉମରକୁ ଗିରଫ କରିଛି କଟକ ରେଳବାଇ ପୋଲିସ । ତେଲେଙ୍ଗାନାରେ ଉମର ନାଁରେ ଏକାଧିକ ଅପରାଧିକ ମାମଲା ରହିଛି । ଉମରକୁ ଟ୍ରାଞ୍ଜିଟ ରିମାଣ୍ଡରେ ନେବ ତେଲେଙ୍ଗାନା ପୋଲିସ ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..