ରିପୋର୍ଟ କାର୍ଡ / ନୂଆପଡ଼ା
ସାପ କାମୁଡ଼ାରେ ମା’ଝିଅଙ୍କର ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି। ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଅନ୍ତର୍ଗତ କେନ୍ଦୁବାହାରା ଗାଁରେ | ମୃତକ ଦ୍ୱୟ ହେଲେ ନିରାଶ ଶବର ଓ ତାଙ୍କ ଝିଅ ସବିତା ଶବର। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ନିରାଶ ଓ ସବିତା ଘରେ ଶୋଇଥିଲେ। ଏହି ସମୟରେ ଏକ ବିଷାକ୍ତ ସାପ ସବିତାଙ୍କୁ କାମୁଡ଼ି ଦେଇଥିଲା। ସାପ କାମୁଡ଼ିବା ପରେ ସବିତା କାନ୍ଦିବାରୁ ତାଙ୍କ ମା’ ଉଠି ପଡ଼ିଥିଲେ। ଝିଅ ପାଖରେ ସାପଟି ଥିବା ଦେଖି ସେ ତାକୁ ସେଠାରୁ ତଡ଼ିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସାପଟି ନିରାଶଙ୍କୁ ମଧ୍ୟ କାମୁଡ଼ି ଦେଇଥିଲା। ମା’ଝିଅଙ୍କ ଚିତ୍କାର ଣୁଣି ପରିବାରର ଅନ୍ୟ ସଦସ୍ୟମାନେ ଉଠି ପଡ଼ିଥିଲେ। ମା’ଝିଅଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନୂଆପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ବୁର୍ଲା ନେବା ବେଳେ ବାଟରେ ମା’ଝିଅଙ୍କ ମୃତ୍ୟୁ ଘଟିଥିଲା।
More Stories
ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ନିଷ୍ପତ୍ତିକୁ ସ୍ଥଗିତ କଲା ଓଏସ ସଂଘ ….
ଅତିପ୍ରବଳ ବର୍ଷା ସମ୍ଭାବନା,୪ ଜିଲ୍ଲାକୁ ରେଡ୍ ଓ୍ବାର୍ନିଂ……
ଆଇଏଏସ ଶାଶ୍ୱତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ……