ରିପୋର୍ଟ କାର୍ଡ / ନୂଆପଡ଼ା
ସାପ କାମୁଡ଼ାରେ ମା’ଝିଅଙ୍କର ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି। ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଅନ୍ତର୍ଗତ କେନ୍ଦୁବାହାରା ଗାଁରେ | ମୃତକ ଦ୍ୱୟ ହେଲେ ନିରାଶ ଶବର ଓ ତାଙ୍କ ଝିଅ ସବିତା ଶବର। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ନିରାଶ ଓ ସବିତା ଘରେ ଶୋଇଥିଲେ। ଏହି ସମୟରେ ଏକ ବିଷାକ୍ତ ସାପ ସବିତାଙ୍କୁ କାମୁଡ଼ି ଦେଇଥିଲା। ସାପ କାମୁଡ଼ିବା ପରେ ସବିତା କାନ୍ଦିବାରୁ ତାଙ୍କ ମା’ ଉଠି ପଡ଼ିଥିଲେ। ଝିଅ ପାଖରେ ସାପଟି ଥିବା ଦେଖି ସେ ତାକୁ ସେଠାରୁ ତଡ଼ିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସାପଟି ନିରାଶଙ୍କୁ ମଧ୍ୟ କାମୁଡ଼ି ଦେଇଥିଲା। ମା’ଝିଅଙ୍କ ଚିତ୍କାର ଣୁଣି ପରିବାରର ଅନ୍ୟ ସଦସ୍ୟମାନେ ଉଠି ପଡ଼ିଥିଲେ। ମା’ଝିଅଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନୂଆପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ବୁର୍ଲା ନେବା ବେଳେ ବାଟରେ ମା’ଝିଅଙ୍କ ମୃତ୍ୟୁ ଘଟିଥିଲା।






More Stories
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..
ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ…..