Report Card Odisha

| Daily Odia News

ପ୍ରେମିକା ସହ ଥିଲେ କନଷ୍ଟେବଳ,ପହଞ୍ଚି ଗଲେ ପତ୍ନୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଏସପି ବାସଭବନରେ ଡ୍ୟୁଟିରେ ଥିବା କନଷ୍ଟେବଳ ନିଜ ପ୍ରେମିକା ସହ ରାସଲୀଳା କରୁଥିବା ବେଳେ ଧରାପଡିଛନ୍ତି । ଗୁରୁବାର ଦିନ କନଷ୍ଟେବଳଙ୍କ ପତ୍ନୀ ନିଜ ଭାଇଙ୍କୁ ସାଙ୍ଗରେ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ତାଙ୍କୁ ପ୍ରେମିକା ସହ ଧରିଥିଲେ । ଏହି ଘଟଣା ପରେ ତାଙ୍କ ପତ୍ନୀ ସେଠାରେ ହଙ୍ଗାମା କରିଥିଲେ ଓ ସ୍ୱାମୀ ଉପରେ ମାଡ଼ର ବର୍ଷା କରିଥିଲେ । ସୂଚନା ମିଳିବା ପରେ ପୋଲିସ ଦୁହିଁଙ୍କୁ ଥାନାକୁ ଆଣିଥିଲା । ଅନ୍ୟପଟେ ଅଭିଯୁକ୍ତ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁସାରେ- ଆଗ୍ରାର ପୋଲିସ୍ କାଗରୌଲ ଅଞ୍ଚଳର ବିସାଇରା ଗାଁର ବାସିନ୍ଦା ଥିବା ଏହି କନଷ୍ଟେବଳଙ୍କୁ ଜିଲ୍ଲାର ପୋଲିସ୍ ଲାଇନରେ ପୋଷ୍ଟିଂ କରାଯାଇଥିଲା । ବୁଧବାର ରାତିରେ ଡ୍ୟୁଟି କରିବା ପରେ ଗୋଲା ବଜାରରେ ଥିବା ନିଜ ରୁମକୁ ଯାଇଥିଲେ । ସେଠାରେ ବାନ୍ଦ୍ରାରେ ରହୁଥିବା ପ୍ରେମିକା ବି ଉପସ୍ଥିତ ଥିଲେ । ସେ ସ୍କୁଲ ଡ୍ରେସ୍ ପିନ୍ଧି ରୁମରେ ପଶିଥିବା ଜଣାପଡିଛି । ଦୁହେଁ ରୁମରେ ରୋମାନ୍ସ କରୁଥିବା ବେଳେ କନଷ୍ଟେବଳଙ୍କ ପତ୍ନୀ ଆସିଯାଇଥିଲେ । ସ୍ୱାମୀଙ୍କୁ ଅନ୍ୟ ଏକ ଯୁବତୀଙ୍କ ସହ ଦେଖି ପତ୍ନୀଙ୍କ ରାଗ କଣ୍ଟ୍ରୋଲ ବାହାରକୁ ଚାଲିଯାଇଥିଲା । ଏହା ପରେ ପତ୍ନୀ ଓ ଶଳା ତାଙ୍କୁ ଅତି ନିର୍ମମ ଭାବେ ମାଡ଼ ମାରିଥିଲେ । ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳକୁ ଯାଇ ପରିସ୍ଥିତିକୁ ସମ୍ଭାଳିଥିଲା ଏବଂ କନଷ୍ଟେବଳ ଓ ସେ ଯୁବତୀଙ୍କୁ କୋତୱାଲି ନେଇଥିଲା । ମାମଲା ଜାଣିବା ପରେ କନଷ୍ଟେବଳଙ୍କୁ ଚାକିରିରୁ ନିଲମ୍ବନ କରିବା ସହ ବିଭାଗୀୟ ଯାଞ୍ଚ ପାଇଁ ଏସପି ନିର୍ଦ୍ଦେଶ ଦେଇଛନ୍ତି ।

 

Breaking News