ରିପୋର୍ଟ କାର୍ଡ / ବାଲିପାଟଣା
ଭିଜିଲାନ୍ସ ଜାଲରେ ଫସିଛନ୍ତି କମିଶନରେଟ ପୋଲିସ ଅଧୀନ ବାଲିପାଟଣା ଥାନାର ଏଏସଆଇ। ମାମଲାର ରଫାଦଫା କରିବା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଏଏସଆଇ ପୁଷ୍ପଲତା ପାଇକରାୟ। ଆଜି ସରକାରୀ କ୍ଵାର୍ଟରରେ ରହି ନରିଶୋ କଣ୍ଟାପଡା ଗ୍ରାମର ଅଭିଯୋଗକାରୀ ନୃସିଂହ ସେନାପତିଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି। ଭିଜିଲାନ୍ସ ଡିଏସପି ଅମିତା ତ୍ରିପାଠୀ, ଇନ୍ସପେକ୍ଟର ମଦନ ମୋହନ ପ୍ରଧାନଙ୍କ ସହ ୮ ଜଣିଆ ଟିମ୍ ଚଢ଼ାଉ କରିଥିଲେ।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..