ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଥାରେ ଅଛି ଯାହାକୁ ରଖିବେ ଅନନ୍ତ କିକରି ପାରିବ ବଳବନ୍ତ | ପାଣିରେ ଭାସୁଥିବା ଅବସ୍ଥାରେ ଏକ ନବଜାତ ଶିଶୁକୁ ଉଦ୍ଧାର କରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ବୃନ୍ଦାବନ ଥାନା ଅଞ୍ଚଳ ଚାମୁଣ୍ଡା ଘାଟରେ । କେହି ଜଣେ ଏକ ପାତ୍ରରେ ନିବଜାତ ଶିଶୁଟିକୁ ଭସାଇଦେଇଥିବା ବେଳେ ରାସ୍ତାରେ ଯାଉଥିବା କିଛି ସ୍ଥାନୀୟ ଲୋକେ ଏହାକୁ ଦେଖି ତୁରନ୍ତ ଉଦ୍ଧାର କରିଥିଲେ । ପରେ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ନବଜାତ ଶିଶୁଟିକୁ ଚାଇଲ୍ଡ କେୟାର ୟୁନିଟ୍ ସାହାଯ୍ୟରେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ଡାକ୍ତରମାନେ ଯାଞ୍ଚ ବେଳେ ଜାଣିବାକୁ ପାଇଥିଲେ ଯେ, ନବଜାତ ଶିଶୁଟି ଟ୍ରାନ୍ସଜେଣ୍ଡର (ତୃତୀୟ ଲିଙ୍ଗି) । ଏହି ନବଜାତ ଶିଶୁ ଯମୁନା ନଦୀରେ ଭାସୁଥିବା ଖବର ପାଇଥିଲା ପୋଲିସ । ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଲୋକେ ଶିଶୁଟିକୁ ନଦୀରୁ ଉଦ୍ଧାର କରିଥିଲେ । ତୁରନ୍ତ ଶିଶୁଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଶିଶୁଟିର ସ୍ବାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ଭଲ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ତେବେ ଶିଶୁଟି କାହାର ତାହା ବର୍ତ୍ତମାନ ସୁଦ୍ଧା ପୋଲିସ ଜାଣିପାରିନାହିଁ । ଚିକିତ୍ସା କରୁଥିବା ଡାକ୍ତର କେ. କେ. ମାଥୁର କହିଛନ୍ତି ଯେ, ବର୍ତ୍ତମାନ ଶିଶୁର ସ୍ବାସ୍ଥ୍ୟବସ୍ଥା ଭଲ ଅଛି । ତାକୁ ଆଉ କିଛି ଦିନ ହସ୍ପିଟାଲରେ ରଖାଯିବ । ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବାପରେ ଶିଶୁଟିକୁ ଚାଇଲ୍ଡ କେୟାରକୁ ପଠାଯିବ । ସେପଟେ ଘଟଣାକୁ ନେଇ ଅଧିକ ତଦନ୍ତ କରୁଛି ପୋଲିସ ।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..