Report Card Odisha

| Daily Odia News

ପିକନିକ୍‌ ହେଲା କାଳ,ବୁଡିଗଲେ ୬ ଯୁବକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପିକ୍‌ନିକ୍‌ କରିବାକୁ ଯାଇ ନଦୀରେ ୬ ଜଣ ଯୁବକ ବୁଡି ଯାଇଛନ୍ତି | ଏଭଳି ଅଘଟଣ ଘଟିଛି ମଧ୍ୟ ପ୍ରଦେଶର ନର୍ମଦାପୁର ହୋସଙ୍ଗାବାଦ ନିକଟ ନର୍ମଦା ନଦୀରେ । ପିକ୍‌ନିକ୍‌ କରିବାକୁ ଯାଇଥିବା ବେଳେ ପାଣି​‌ରେ ବୁଡି ୪ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ସିହୋର ଜିଲ୍ଲା ବିଦନୀ ସ୍ଥିତ ଟ୍ରାଇଡେଣ୍ଟ ଫ୍ୟାକ୍ଟ୍ରିର କର୍ମଚାରୀଙ୍କ ପିଲାମାନେ ପିକ୍‌ନିକ୍‌ କରିବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି । ୬ ଜଣ ବ୍ୟକ୍ତି ନଦୀ ଭିତରେ ପଶି ଗାଧୋଉଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ବୁଡି ଯାଇଥିଲେ । ତେବେ ୨ ଜଣ ସୌଭାଗ୍ୟବଶତଃ କୂଳକୁ ଆସିବାରେ ସକ୍ଷମ ହୋଇଥିବା ବେଳେ ୪ ଜଣଙ୍କର ସଲୀଳ ସମାଧି ଘଟିଛି । ରବିବାର ଛୁଟି ଥିବାରୁ ବୁଦନୀର ଟ୍ରାଇଡେଣ୍ଟ କାରଖାନାର କର୍ମଚାରୀଙ୍କ ପିଲାମାନେ ପିକନିକ୍ କରିବାକୁ ଘରୁ ବାହାରି ଯାଇଥିଲେ। ସେମାନଙ୍କ ମଧ୍ୟରେ କୃଷ୍ଣଗୋପାଲ ରାଜପୁତଙ୍କ ୧୯ବର୍ଷର ପୁଅ ପ୍ରବୀଣ, ପବୀ ସିଂହ, ପ୍ରହ୍ଲାଦ ବୈରାଗୀଙ୍କ ୧୮ବର୍ଷର ପୁଅ ବିନୟ, ଚତରୁରାମ ଠାକୁରଙ୍୧୮ ବର୍ଷର ପୁଅ ଆର୍ଯ୍ୟନ୍, ବେଦପ୍ରକାଶ ଶୁକ୍ଲାଙ୍କ ପୁତ୍ର ହ୍ରିତିକ ଏବଂ ଧୁରେନ୍ଦ୍ର କୁମାରଙ୍କ ୧୮ ବର୍ଷର ପୁଅ ଆକାଶ ଭାରତୀ ଥିଲେ । ସମସ୍ତେ ନର୍ମଦା ନଦୀରେ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ସେମାନେ ଗଭୀର ଜଳ ଭିତରକୁ ଚାଲିଯାଇଥିଲେ । ପିଲାମାନେ ପାଣିରେ ବୁଡିଯିବାର ଖବର ପାଇବା ପରେ ସେଠାରେ ଡ୍ୟୁଟିରେ ଥିବା ରେସ୍କ୍ୟୁ ଟିମ୍‌ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ହ୍ରିତିକ ଏବଂ ଆକାଶ ଭାରତୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲେ ସୁଦ୍ଧା ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇନଥିଲା । ହୋସଙ୍ଗାବାଦ ପୋଲିସ ମୃତକ ୪ ଯୁବକଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି ।

Breaking News