Report Card Odisha

| Daily Odia News

ଆଜି ମୋହନଙ୍କ କ୍ୟାବିନେଟ୍‌ରେ ଶପଥ ନେବେ ୨୮ ମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମଧ୍ୟପ୍ରଦେଶରେ ହେବ ମନ୍ତ୍ରୀମଣ୍ଡଳ ବିସ୍ତାର। ଆଜି ୨୮ ନୂଆ ମନ୍ତ୍ରୀ ଶପଥ ନେବେ। ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ମନ୍ତ୍ରୀମଣ୍ଡଳରେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ଶୁକ୍ଳା ଓ ଜଗଦୀଶ ଦେବଡା ଅଛନ୍ତି। ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶରେ ମୋଟ ୨୮ ମନ୍ତ୍ରୀ ଶପଥ ଗ୍ରହଣ କରିବେ। ଆଜି ସକାଳେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ୨୮ ମନ୍ତ୍ରୀଙ୍କ ଲିଷ୍ଟ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଦେଇଛନ୍ତି। ଯେଉଁମାନେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ସେମାନଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କ ସହ ଭେଟେରାନ ଦଳର ନେତା କୈଳାଶ ବିଜୟବର୍ଗିୟଙ୍କ ନାଁ ସାମିଲ ରହିଛି। ଆଜି ମଧ୍ୟାହ୍ଣରେ ଏମାନେ ଶପଥ ନେବା କାର୍ଯ୍ୟକ୍ରମ ରହିଛି। ମଧ୍ୟପ୍ରଦେଶରେ ଆଜି ୧୮ ଜଣ କ୍ୟାବିନେଟ ମନ୍ତ୍ରୀ, ୪ ଜଣ ମନ୍ତ୍ରୀ ଏବଂ ସ୍ୱତନ୍ତ୍ର ପ୍ରଭାରୀ ଦାୟିତ୍ୱରେ ଥିବା ୬ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବେ। ଶପଥ ନେବାକୁ ଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ବିଶ୍ୱ ସାରଙ୍ଗ, କୃଷ୍ଣ ନାଗର, ଇନ୍ଦର ସିଂହ ପରମାର, ନାଗର ସିଂ ଚୌହାନ, ପ୍ରତିମା ବାଗ୍ରି, ସାମପତିଆ ଉଇକେ ଏବଂ ରାଧା ସିଂହଙ୍କ ନାମ ସାମିଲ ଅଛି। ଯେଉଁମାନେ ମନ୍ତ୍ରୀ ଭାବରେ ଶପଥ ନେବେ ସେମାନେ ମଧ୍ୟ ଭୋପାଳ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।

Breaking News