ରିପୋର୍ଟ କାର୍ଡ / କଟକ
ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ମାମଲାର ସମାଧାନ ହୋଇପାରୁନାହିଁ। ଆଜି ବିବାଦ ନୂଆ ମୁଡନେଇଛି | ଏସ୍ଡିଜେଏମ୍ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍ କରି ଅନୁଭବ ମହାନ୍ତି ଜିଲ୍ଲା କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରୁ କଟକ ଫ୍ୟାମିଲି କୋର୍ଟକୁ ମାମଲା ସ୍ଥାନାନ୍ତର ହେଲା ପରେ ଏପ୍ରିଲ ୫ ତାରିଖ କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ ଉଭୟ ବର୍ଷା ଓ ଅନୁଭବ। ପତ୍ନୀ ବର୍ଷା ପାରିବାରିକ ହିଂସା ନେଇ ଏସଡିଜେଏମ କୋର୍ଟ ଯାଇଥିଲେ। ମାମଲାର ପରବର୍ତ୍ତୀ ହିଂସାକୁ ଯୋଡ଼ିବାକୁ ବି ଆବେଦନ କରିଥିଲେ। ଏସଡିଜେଏମ କୋର୍ଟ ବର୍ଷାଙ୍କ ପିଟିସନକୁ ଗ୍ରହଣ କରିଥିଲେ। ଏହାକୁ ଚାଲେଞ୍ଜ କରି ସାଂସଦ ଅନୁଭବ ମହାନ୍ତି ଜିଲ୍ଲା କୋର୍ଟକୁ ଯାଇଥିବା ନେଇ ସୂଚନା ମିଳିଛି।






More Stories
ଭବାନୀପୁରରେ ହାରିଲେ ଦିଦି…..
ରାଜପଥରେ ଯୁବକଙ୍କୁ ହାଣିଦେଲେ…..
ଖାରବେଳଙ୍କ ଉପରୁ ଉଠିଲା ନିଲମ୍ୱନ…..