ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ୍ବାଇଏସ୍ଆର୍ସିପି ଏମ୍ପି ମାଗୁଣ୍ଟା ଶ୍ରୀନିବାସୁଲା ରେଡ୍ଡୀଙ୍କ ପୁଅ ମାଗୁଣ୍ଟା ରାଘବଙ୍କୁ ଗିରଫ କରିଛି। ମଦ କାରବାର ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମାଗୁଣ୍ଟା ଶ୍ରୀନିବାସାଲୁ ରେଡ୍ଡୀଙ୍କୁ ଭେଟିଥିବା ଇଡି ଉଲ୍ଲେଖ କରିଛି। ଏହି ମାମଲାକୁ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ. କବିତାଙ୍କ ପୂର୍ବତନ ଅଡିଟର ବୁଟଚିବାବୁ ଗୋରାନ୍ତାଲାଙ୍କୁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଗିରଫ କରିବାର କିଛି ଦିନ ପରେ ମାଗୁଣ୍ଟା ରାଘବଙ୍କୁ ଗିରଫ କରାଯାଇଛି। ତେବେ ଗୋରାନ୍ତାଲା ତଦନ୍ତରେ କୌଣସି ସହଯୋଗ କରୁନଥିବା ସିବିଆଇ କହିଛି। ଇଡି ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲାରେ ଦୁଇଟି ଚାର୍ଜସିଟ ଦାଖଲ କରି ମୋଟ ନଅ ଜଣଙ୍କୁ ଗିରଫ କରିଛି।






More Stories
ଖର୍ଗ ଦ୍ଵୀପ ଉପରେ ଆମେରିକାର ଆକ୍ରମଣ….
୯ ପୋଲିସ ଅଧିକାରୀ ପାଇବେ ଫାଶୀ…..
କାଲିଠୁ ମହଙ୍ଗା ହେବ ବିମାନଯାତ୍ରା…..