Report Card Odisha

| Daily Odia News

ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ,୨୦ କୋଟି ଦିଅ…..

ରିପୋର୍ଟ କାର୍ଡ / ମୁମ୍ବାଇ

‘ରିଲାଏନ୍‌ସ୍‌ ଇଣ୍ଡଷ୍ଟ୍ରିଜ୍‌’ର ଅଧ୍ୟକ୍ଷ ମୁକେଶ ଅମ୍ବାନି ମୃତ୍ୟୁ ଧମକ ଇ-ମେଲ୍‌ ମାଧ୍ୟମରେ ଆସିଛି | ଏକଥା ଆଜି ମୁମ୍ବାଇ ପୋଲିସ କହିଛି। ୨୦ କୋଟି ଟଙ୍କା ନ ଦେଲେ ତାଙ୍କୁ ହତ୍ୟା କରାଯିବ ବୋଲି ଜଣେ ଅଜ୍ଞାତ ବ୍ୟକ୍ତିଙ୍କଦ୍ବାରା ମୁକେଶ ଅମ୍ବାନିଙ୍କ କମ୍ପାନିକୁ ଆସିଥିବା ଏହି ଇ-ମେଲ୍‌ରେ କୋଟିପତି ମୁକେଶଙ୍କୁ କୁହାଯାଇଛି ବୋଲି ପୋଲିସ ଗଣମାଧ୍ୟମକୁ ସୂଚନା ଦେଇଛି। ଇ-ମେଲ୍‌ରେ ଉଲ୍ଲେଖ ଅଛି: ଆପଣ ଆମକୁ ୨୦ କୋଟି ଟଙ୍କା ନ ଦେଲେ ଆମେ ଆପଣଙ୍କୁ ହତ୍ୟା କରିବୁ। ଆମ ପାଖରେ ଭାରତର ସର୍ବୋତ୍ତମ ଲକ୍ଷ୍ୟଭେଦୀ ଗୁଳି ଚାଳନାକାରୀ (ସୁଟର୍‌) ଅଛନ୍ତି। ମୁକେଶ ଅମ୍ବାନୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀଙ୍କ ଅଭିଯୋଗ ଆଧାରରେ ମୁମ୍ବାଇର ଗାମଦେବୀ ପୁଲିସ ‘ଆଇପିସି’ ଧାରା ୩୮୭ ଓ ୫୦୬ (୨) ଅନୁଯାୟୀ ଉକ୍ତ ଅଜ୍ଞାତ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଉଲ୍ଲେଖ‌ଯୋଗ୍ୟ, ହତ୍ୟା ଧମକ ପାଇବା ମୁକେଶଙ୍କ ପାଇଁ ଏହା ପ୍ରଥମ ଘଟଣା ନୁହେଁ। ଗତବର୍ଷ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରବର୍ଗଙ୍କୁ ଫୋନ୍‌ ଯୋଗ‌େ ହତ୍ୟା ଧମକ ଦେଇଥିବା ବିହାରର ଦରଭଙ୍ଗା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା।

 

Breaking News