ରିପୋର୍ଟ କାର୍ଡ / ଭୁବନେଶ୍ୱର
NEET ଉଛେଦ କରି ଯୁକ୍ତ ୨ ମାର୍କ ଆଧାରରେ ହେଉ ମେଡିକାଲ ଆଡ଼ମିସନ | ଏହି ଦାବି ସପକ୍ଷରେ ସମର୍ଥନ ଜୁଟାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ କାନିମୋଝି କରୁଣାନିଧୀ । ନବୀନ ନିବାସରେ ଡିଏମକେ ସଂସଦୀୟ ଦଳ ନେତା କାନିମୋଝି ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କୁ କାନିମୋଝି ଭେଟିବା ସହ ଦୁଇ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ସେ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି । NEETରେ ଗ୍ରାମାଞ୍ଚଳର ଗରିବ ଛାତ୍ରଛାତ୍ରୀଙ୍କ ସମସ୍ୟା ନେଇ ଚିଠିରେ ଉଲ୍ଲେଖ କରାଯାଇଛି । ସବୁବର୍ଗର ପିଲାଙ୍କୁ ଜାତୀୟ ପ୍ରବେଶିକା ପରୀକ୍ଷାରେ ସୁଯୋଗ ଦେବାକୁ ଦାବି କରାଯାଇଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗ କେନ୍ଦ୍ର ନିକଟରେ ଉଠାଇଥିଲେ । NEETରେ ସବୁସ୍ତରର ଛାତ୍ରଛାତ୍ରୀ ଭାଗ ନେଇପାରୁ ନାହାନ୍ତି । ଏପରିକି IIT ଓ UPSC ପରୀକ୍ଷାରେ ମଧ୍ୟ ସମାନ ସମସ୍ୟା ହେଉଛି । ଏଣୁ ସବୁବର୍ଗର ପିଲାଙ୍କୁ ଜାତୀୟ ପ୍ରବେଶିକା ପରୀକ୍ଷାରେ ସୁଯୋଗ ମିଳିବା ନେଇ ଦାବି ଉଠିଛି ।ମୁଖ୍ୟମନ୍ତ୍ରୀଙ୍କୁ କାନିମୋଝିଙ୍କ ସାକ୍ଷାତ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିୟାନ ଉପସ୍ଥିତ ରହିଥିଲେ
More Stories
ଶ୍ରୀମୟୀଙ୍କ ପାଇଁ ବାହାରିଲେ ଦେବାଶିଷ…..
ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଶୁଭମିତ୍ରାଙ୍କ ମର୍ଡର କେସ……
ମୁଖ୍ୟମନ୍ତ୍ରୀଙ୍କ ଭାଜପା ବିଧାୟକ ଦଳ ବୈଠକ……