Report Card Odisha

| Daily Odia News

ମୁମ୍ବଇ ପୋଲିସ କମିଶନର ପରମବୀର ସିଂହଙ୍କ ବଦଳି, ହେମନ୍ତ ନୂଆ ମୁମ୍ବଇ ପୋଲିସ କମିସନର…..

ରିପୋର୍ଟ କାର୍ଡ / ମୁମ୍ବାଇ

ମୁମ୍ବଇର ବହୁଚର୍ଚ୍ଚିତ ପୋଲିସ କମିସନର ପରମବୀର ସିଂହଙ୍କୁ ବୁଧବାର ବଦଳି ଦିଆଯାଇଛି। ତାଙ୍କୁ ହୋମଗାର୍ଡ ମୁଖ୍ୟ ଭାବେ ଅବସ୍ଥାପିତ କରାଯାଇଛି। ତାଙ୍କ ସ୍ଥାନରେ ହେମନ୍ତ ନଗରାଲେଙ୍କୁ ଅବସ୍ଥାପିତ କରାଯାଇଛି। ସଚିନ ଭାଜେଙ୍କ ଗିରଫଦାରୀ ପରେ ବିଦାହେଲେ ପରମବୀର। ୧୯୮୮ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ପରମବୀର ୨୦୨୦ ଫେବୃଆରୀ ୨୯ରେ କମିସନର ଭାବେ ନିଯୁକ୍ତ ହୋଇଥିଲେ। ସଚିନ ଭାଜେଙ୍କ ଗିରଫଦାରୀ ପରେ ବିଦାହେଲେ ପରମବୀର। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସୁରକ୍ଷା ସହ ଜଡିତ ଘଟଣାରେ ଅବହେଳା ପାଇଁ ତାଙ୍କୁ ବଦଳି କରି ଦିଆଯାଇଛି। ଏ‍ବେ ତାଙ୍କ ସ୍ଥାନରେ ହେମନ୍ତ ନାଗରାଲରେ ମୁମ୍ବାଇର ନୂଆ ପୋଲିସ କମିସନର ପଦ ସମ୍ଭାଳିବେ ।  ପରମବୀର ସିଂଙ୍କୁ ମହାରାଷ୍ଟ୍ରର ହୋମଗାର୍ଡ଼ ଡିଜି ଭାବେ ବଦଳି କରାଯାଇଛି । ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଏନେଇ ସୂଚନା ଦେଇଛନ୍ତି।  ପରମବୀର ବହୁଚର୍ଚ୍ଚିତ ଟିଆରପି ଦୁର୍ନୀତି ମାମଲା ଉପରୁ ପରଦା ହଟାଇବା ଓ ଏହି ମାମଲାରେ ରିପବ୍ଲିକ ଟିଭି ମୁଖ୍ୟ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଗିରଫ କରିବା ଏବଂ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାକୁ ନେଇ ଚର୍ଚ୍ଚାର ଶୀର୍ଷରେ ରହିଥିଲେ। ଥାଣେରେ ପୋଲିସ କମିସନର ଥିଲାବେଳେ ସେ ଅଭିନେତ୍ରୀ ମମତା କୁଲକର୍ଣ୍ଣୀଙ୍କ ଚୋରା ନିଶାଦ୍ରବ୍ୟ କାରବାର ଓ ନକଲି କଲ୍‌ ସେଣ୍ଟର ଠାବ ଭଳି ବହୁ ନାମୀଦାମୀ ମାମଲାରେ ହାତ ମାରି ଚର୍ଚ୍ଚାକୁ ଆସିଥିଲେ। ଏତଦ୍‌ବ୍ୟତୀତ ଦୁର୍ନୀତି ନିବାରଣ ବ୍ୟୁରୋ ମୁଖ୍ୟ ଭାବେ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରିଥିଲେ। ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କୁ ଗିରଫ ସହ ଏଲଗାର ପରିଷଦ ମାମଲାରେ ୯ ସାମାଜିକ କର୍ମୀଙ୍କୁ ଗିରଫ କରି ମଧ୍ୟରେ ଚର୍ଚ୍ଚାରେ ଥିଲେ। ଅପରପକ୍ଷରେ ନୂଆ କମିସନର ହେମନ୍ତ ନଗରାଲେ ହର୍ଷଦ ମେହଟ୍ଟା ଓ କେତନ ପରେଖ ଦୁର୍ନୀତି ମାମଲା ଓ ୨୬/୧୧ ଆତଙ୍କବାଦୀ ଆକ୍ରମଣ ସମୟରେ ବିପନ୍ନଙ୍କୁ ଉଦ୍ଧାର କରିବା ନେଇ ବେଶ୍‌ ଚର୍ଚ୍ଚିତ ଥିଲେ। ଏଥିସହିତ ସେ ସିବିଆଇରେ ମଧ୍ୟ କିଛି କାଳ କାର୍ଯ୍ୟ କରିଛନ୍ତି। ୧୯୮୭ ବ୍ୟାଚ୍‌ର ଏହି ଆଇପିଏସ୍‌ ଅଧିକାରୀ ନକ୍ସଲ ଦମନ ଏବଂ ସୋଲାପୁର କମିସନର ଥିବାବେଳେ ବାବରୀ ମସ୍‌ଜିଦ ଭଙ୍ଗ ପରବର୍ତ୍ତୀ ହିଂସାକାଣ୍ଡ ନିୟନ୍ତ୍ରଣରେ ଦକ୍ଷତା ପ୍ରଦର୍ଶନ କରିଥିଲେ।

Breaking News