Report Card Odisha

| Daily Odia News

ପୁଣି ଅନୁଭବ ବିରୋଧରେ ସଂଘାତିକ ଅଭିଯୋଗ ଆଣିଲେ ବର୍ଷା…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ବର୍ଷା-ଅନୁଭବ ବିବାଦ ଥମିବାରେ ନାଁ ନେଉନାହିଁ । ପାରିବାରିକ ବିବାଦରେ ଛନ୍ଦି ହୋଇ ପଡିଥିବା ଏହି ଦୁହିଁଙ୍କ ବିବାଦରେ ଏବେ ପୁଣି ଏକ ନୂଆ ମୋଡ ଦେଖିବାକୁ ମିଳିଛି । ଘରୋଇ ହିଂସାର ଶିକାର ହେଉଥିବା ବାରମ୍ବାର ଅଭିଯୋଗ ଆଣିଥିବା ବେଳେ ଏବେ ପୁଣି ତାଙ୍କ ଶାଶୁଘରେ ତାଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ବର୍ଷା ପ୍ରୀୟଦର୍ଶିନୀ । ଏମିତି କି ଏବେ ବର୍ଷା ରହୁଥିବା ରୁମ୍ ରୁ ବିଦ୍ୟୁତ୍ ସଂଯୋଗ ମଧ୍ୟ କାଟି ଦିଆଯାଇଛି ବୋଲି ଗତ କାଲି ଅଭିଯୋଗ ନେଇ ପୁରୀଘାଟ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସାଂସଦ ଅନୁଭବ ମାହାନ୍ତିଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରୀୟଦର୍ଶିନୀ । ଜଶରି ଶୁଣି ବର୍ଷାଙ୍କୁ ଅନୁଭବଙ୍କ ପରିବାର ଲୋକେ ମାନସିକ ଭାବରେ ନିର୍ଯ୍ୟାତନା ଦେବା ସହିତ ତାଙ୍କୁ ହଇରାଣ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବର୍ଷା । ତେବେ ବର୍ତମାନ ଉଭୟଙ୍କ ବିବାହ ବିଚ୍ଛେଦ ମାମଲା ଚାଲିଥିବା ବେଳେ ବର୍ଷା କିନ୍ତୁ ଅନୁଭବ ଓ ତାଙ୍କ ପରିବାରଙ୍କ ନାରେ ଘରୋଇ ହିଂସା ଭଳି ସାଂଘାତିକ୍ ଅଭିଯୋଗ ଆଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Breaking News