Report Card Odisha

| Daily Odia News

ବାପା ମା’ଙ୍କ ସାମ୍ନାରେ ପୁଅକୁ ପିଟିପିଟି ମାରିଦେଲେ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପରିବାର ଲୋକଙ୍କୁ ଧରି ଖୁସିରେ କାର କିଣିବାକୁ ଯାଉଥିଲେ। ହେଲେ ଅଧ ବାଟରେ ଓଭର ଟେକ ଘଟଣାକୁ ନେଇ କିଛି ଅଟୋ ଡ୍ରାଇଭରଙ୍କ ସହ ହୋଇଥିଲା ପାଟିତୁଣ୍ଡ। ଏହାକୁ କେନ୍ଦ୍ର କରି ଜଣେ ୩୪ ବର୍ଷୀୟ ଯୁବକଙ୍କୁ ଅଟୋ ଡ୍ରାଇଭରମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ବାପା ମା’ଙ୍କ ସାମ୍ନାରେ ପୁଅଙ୍କୁ ସେମାନେ ପିଟିପିଟି ହତ୍ୟା କରିଛନ୍ତି। ଏଭଳି ଦୁଖଦଃ ଘଟଣା ଘଟିଛି ମହାରାଷ୍ଟ୍ରର ମାଲଦା ଇଷ୍ଟରେ | ଏହି ଘଟଣାର ଭିଡିଓ ମଧ୍ୟ ଭାଇରଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳୁଛି ଯେ ୩୪ ବର୍ଷୀୟ ଯୁବକଙ୍କୁ କିଛି ଲୋକ ବାପା ମା’ଙ୍କ ଆଗରେ ପ୍ରବଳ ମାଡ଼ ମାରୁଛନ୍ତି। ପୁଅକୁ ରକ୍ଷା କରିବା ପାଇଁ ମା’ ନେହୁରା ହେଉଥିଲେ ହେଁ ଆକ୍ରମଣକାରୀମାନେ କିଛି ବି ଶୁଣୁ ନାହାନ୍ତି। ବୁଢ଼ା ବାପା ମଧ୍ୟ ଆକ୍ରମଣକାରୀଙ୍କୁ ଅଟକାଇବାକୁ ଯାଇ ଆହତ ହୋଇଛନ୍ତି। ମାଡ଼ରୁ ରକ୍ଷା କରିବା ପାଇଁ ବିଚ୍‌ ରାସ୍ତାରେ ପୁଅ ଉପରେ ମା’ ଶୋଇପଡ଼ିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ଘଟଣାଟି ଅକ୍ଟୋବର ୧୨ରେ ଘଟିଥିଲା। ୩୪ ବର୍ଷୀୟ ଆକାଶ ମୈନେ ବାଇକରେ ବାପା ମା’ଙ୍କୁ ନେଇ କାର କିଣିବାକୁ ଯାଉଥିଲେ। ଦଶହରା ପାଇଁ ସେ କାର କିଣିବାର ଥିଲା। ହେଲେ ମାଲଦା ରେଳ ଷ୍ଟେସନ ନିକଟରେ ଓଭର ଟେକିଂକୁ ନେଇ ଆରମ୍ଭ ହୋଇଥିଲା ବିବାଦ।ଆକାଶଙ୍କ ଗାଡ଼ିକୁ ଗୋଟିଏ ଅଟୋ ଅତ୍ୟନ୍ତ ବିପଦଜନକ ଭାବେ ଓଭରଟେକ କରିଥିଲା । ଏହାକୁ ବିରୋଧ କରିବାରୁ ଅଟୋକ ଡ୍ରାଇଭର ଓ ଆକାଶଙ୍କ ମଧ୍ୟରେ ଯୁକ୍ତିତର୍କ ଓ ମାରପିଟ ଯାଏ କଥା ଯାଇଥିଲେ । ଏସବୁ ଭିତିରେ ଅଟୋ ଡ୍ରାଇଭରଙ୍କ ସହଯୋଗୀମାନେ ସେଠାରେ ପହଞ୍ଚି ଯାଇଥିଲେ। ସେମାନେ ମିଳିତ ଭାବେ ଆକାଶଙ୍କୁ ପ୍ରବଳ ପିଟିଥିଲେ। ଘଟଣା ସ୍ଥଳରେ ଆକାଶଙ୍କ ବାପା ଓ ମା’ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ କିଛି ବି ସୁଫଳ ମିଳି ନଥିଲା।ସେମାନଙ୍କୁ ଅଟକାଇବାକୁ ଯାଇ ଆକାଶଙ୍କ ବାପାଙ୍କ ଆଖିରେ ମଧ୍ୟ ଆଘାତ ଲାଗିଛି। ବେଶ କିଛି ସମୟର ହଙ୍ଗାମା ପରେ ଗୁରୁତର ଆକାଶଙ୍କୁ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା। ପୋଲିସ ଏହି ଘଟଣାରେ ଅଭିଯୁକ୍ତ ଅଟୋ ଡ୍ରାଇଭରଙ୍କ ସହ ୯ ଜଣଙ୍କୁ ଗିରଫ କରିଛି।

Breaking News