ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୌର ନିର୍ବାଚନ ପାଇଁ ନାମାଙ୍କନ ଦଖଲର ଆଜି ଚତୁର୍ଥ ଦିନ | ୨ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ପ୍ରାର୍ଥୀମାନେ ନିଜ ନିଜ ସମର୍ଥକଙ୍କ ସହ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ମହାନଗର ନିଗମ ଭୁବନେଶ୍ୱର ଓ କଟକ ପାଇଁ ଆଶାୟୀଙ୍କ ଭିଡ଼ ଲମ୍ବିବାରେ ଲାଗିଛି । ନିର୍ବାଚନକୁ ନେଇ ରାଜନୀତି ମାହୋଲ ସରଗରମ ରହିଛି । ନାମାଙ୍କନ ଓ ଫର୍ମ କିଣିବାକୁ ପାଇଁ ଭୁବନେଶ୍ବର ଏଡିଏମ ଅଫିସରେ ଭିଡ ଜମୁଛି। ଅନ୍ୟପଟେ ଟିକେଟ୍ ହାତେଇବା ପାଇଁ ଶେଷ ମୂହୁର୍ତ୍ତରେ ଲବି ଜୋରଦାର କରିଛନ୍ତି ଆଶାୟୀ ପ୍ରାର୍ଥୀ । ସେଥିପାଇଁ ସକାଳୁ ସଂଧ୍ୟା ଯାଏଁ ଦଳୀୟ କାର୍ଯ୍ୟାଳୟ ଓ ବିଧାୟକଙ୍କ ଘର ଆଗରେ ଡ଼େରାପଡୁଛି । ଯେହେତୁ ପ୍ରମୁଖ ୩ ରାଜନୈତିକ ଦଳ ପକ୍ଷରୁ ପୁରା ପ୍ରାର୍ଥୀ ତାଲିକା ଚୁଡାନ୍ତ ହୋଇନି ସେଥିପାଇଁ ଆଶାୟୀ ଏବେ ବି ଆଶା ଛାଡିନାହାଁନ୍ତି । ଆଶାୟୀ ଙ୍କୁ ଦଳୀୟ ଟିକେଟ ମିଳୁ କି ନମିଳୁ ଆଗତୁରା ନାମାଙ୍କନ ପତ୍ର କିଣୁଥିବା ଦେଖିବାକୁ ମିଳିଛି |






More Stories
ମଣ୍ଡି ଦାୟିତ୍ଵରେ ରହିବେ ମନ୍ତ୍ରୀ…..
ଷ୍ଟାଡିୟମ ଭିତରକୁ ପାଣି ବୋତଲ, କଏନ,କଲମ ମନା…..
ଲଘୁ ଖଣିଜରୁ ସଂଗୃହୀତ ପାଣ୍ଠି ସେହି ଜିଲ୍ଲାରେ ଖର୍ଚ୍ଚ କରାଯିବ……