ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: କ୍ଷମତା ଆଧାରରେ ବଳୀୟାନ ହୋଇପାରନ୍ତି। ପରୋପକାରରେ ନିଜକୁ ନିୟୋଜିତ କରିବେ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। କୋମଳହୃଦୟଯୁକ୍ତ ଓ ଜ୍ଞାନର ଭଣ୍ଡାର ହେବେ।
ବୃଷ: ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ୍ ହେବାକୁ ପଡ଼ିବ। ଧୈର୍ଯ୍ୟ ଓ ସାହସର ସହିତ ବିପଦର ମୁକାବିଲା କରିପାରନ୍ତି। ଶୁଭକାର୍ଯ୍ୟକୁ ସ୍ଥଗିତ ରଖିବାକୁ ପଡ଼ିବ। ଈଶ୍ବର ଭକ୍ତିରେ ଶକ୍ତିସମ୍ପନ୍ନ ହେବେ।
ମିଥୁନ: ସମ୍ବେଦନା ସହିତ ଯୋଡ଼ି ହୋଇ ସେବାର ମହତ୍ତ୍ବ ଉପଲବ୍ଧି କରିବେ। ଲେଖା ସାବଲୀଳ, ତଥ୍ୟପୂର୍ଣ୍ଣ ଓ ରଚନା ରୁଚିପୂର୍ଣ୍ଣ ହେବ। ପତ୍ନୀଙ୍କ ମନସ୍କାମନା ପୂର୍ଣ୍ଣ କରିବାରେ ପାରଙ୍ଗମ ହେବେ।
କର୍କଟ: ଋଣମୁକ୍ତ ଜୀବନଯାପନ ଶାନ୍ତିପୂର୍ଣ୍ଣ ହେବ। ସଶକ୍ତ ଆତ୍ମବଳରେ ବଳୀୟାନ ହେବେ। ଶତ୍ରୁତାର ଅବସାନ ଘଟାଇ ଆଶ୍ବସ୍ତ ହେବେ। ସୁସ୍ଥ ଓ ନିରାମୟ ରହିବେ। ଧୀ’ଶକ୍ତି ସମ୍ପନ୍ନ ହେବେ।
ସିଂହ: ବିଦ୍ୟା ରୂପକ ମହାଧନ ପ୍ରାପ୍ତି ନିମନ୍ତେ ସଚେଷ୍ଟ ହେବେ। ଧନଲକ୍ଷ୍ମୀ ବରଦାୟିକା ଅଛନ୍ତି। ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଦିଗରେ ଅଗ୍ରସର ହୋଇପାରନ୍ତି। ପତ୍ନୀଙ୍କ ଦୁଃଖ ଦୂର କରିବାରେ ସକ୍ଷମ ହେବେ।
କନ୍ୟା: ପ୍ରଭୂତ ମିତ୍ରାତ୍ମକ ଭୂରିସୌଖ୍ୟଯୁକ୍ତ ହୋଇପାରନ୍ତି। କୃଷିବିଶେଷଜ୍ଞ ଭାବେ କୃଷକମାନଙ୍କର ଆଦରଣୀୟ ହେବେ। ପ୍ରକାଶିତ ଚିତ୍ତର ଅନୁଭୂତି ଓ ଜ୍ଞାନର ଉପଯୋଗ କରି ଦିଗ୍ଦର୍ଶକ ହେବେ।
ତୁଳା: ଭ୍ରାତୃବଳ ଆପଣଙ୍କୁ ସାହସ ଓ ସମୃଦ୍ଧିର ଉତ୍ସ କରିପାରେ। ବ୍ରହ୍ମବାଦୀ ହୋଇ ଜୀବନକୁ ଶୃଙ୍ଖଳିତ ଓ ସମୃଦ୍ଧ କରିପାରନ୍ତି। ମନରେ ଲଗାମ ଦେଇ ସମର୍ପିତ ଜୀବନ-ଯାପନ କରିପାରନ୍ତି।
ବିଛା: ବରିଷ୍ଠ ବ୍ୟକ୍ତିଙ୍କ ପାଇଁ ସମ୍ମାନବୋଧ, ଭାଷା ପ୍ରକାଶ ଆପଣଙ୍କ ଧେୟ ହୋଇପାରେ। ଭାଗ୍ୟଲକ୍ଷ୍ମୀ ବରଦାୟିକା ଅଛନ୍ତି। ରବି ମହାଗ୍ରହଙ୍କ ଦଶମ ଭାବ, ଧନ ଓ ଶ୍ରେଷ୍ଠ ମାନ୍ୟତା ଦେଇପାରେ।
ଧନୁ: ବାକ୍ ସଂଯମତା ପ୍ରାଣଶକ୍ତିକୁ ଓ ସ୍ମରଣ ଶକ୍ତିକୁ ଉଦ୍ଜୀବିତ କରିବ। ବ୍ୟବହାରରେ ନମ୍ରତା ଓ ଶାଳୀନତା ଆପଣଙ୍କୁ ମହାନ୍ କରିପାରେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଭଲ ଆୟ ହେବ।
ମକର: ଏକାନ୍ତବାସର ଇଚ୍ଛା ଓ ମୌନାବତାର ସାଧନାର ପ୍ରଥମ ସୋପାନ ହୋଇପାରେ। ସ୍ବାର୍ଥ ହାସଲ ପାଇଁ ଧର୍ମକ୍ଷେତ୍ରରେ ବ୍ୟାୟାଧିକ ହୋଇପାରେ। ଭାଷା ଓ ବ୍ୟବହାର ଜୀବନକୁ ମଧୁମୟ କରିପାରେ।
କୁମ୍ଭ: ଅମନ ମନ୍ଦିରରେ ଥିବା ହଂସକୁ ପୋଷା ମନାଇ କର୍ମଯୋଗୀ ହୋଇପାରନ୍ତି। ବଂଶ ପରମ୍ପରାରେ ଆଜନ୍ମା ଜ୍ଞାନୀ ହେବେ। ରାଜକୃପା ଲାଭ କରିବେ। କାର୍ଯ୍ୟର ସଫଳ ରୂପାୟନ କରି ଆଦର୍ଶବାଦୀ ହେବେ।
ମୀନ: ସତ୍ୟର ପୂଜାରୀ ହେବେ। ନୀତିନିଷ୍ଠ ଭାବେ ପ୍ରସିଦ୍ଧି ଲାଭକରିବେ। ସଂଘର୍ଷମୟ ଜୀବନରେ ଅକ୍ଷୟ କୀର୍ତ୍ତି ସ୍ଥାପନ କରିପାରନ୍ତି। ଶ୍ରମର ମୂଲ୍ୟାଙ୍କନ ହେବ। ଜୀବେ ଦୟାଭାବ ଆପଣଙ୍କୁ ମହାନ୍ କରିପାରେ।
More Stories
ଆଜିଠୁ ଅଲାରନାଥ ଦର୍ଶନ…..
ଜ୍ଞାନୀ ହେବେ…..
ଧର୍ମ କାର୍ଯ୍ୟରେ ଧନ ସଞ୍ଚୟ ହେବ…..