ରିପୋର୍ଟ କାର୍ଡ / ଭଦ୍ରକ
ଜନ୍ମ କରିଥିବା ବାପାକୁ ପିଟି ପିଟି ମାରିଦେଲେ ପୁଅ-ଝିଅ ଏବଂ ସ୍ତ୍ରୀ | ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୁରୀହାଟ ଥାନା ଦୌଲତପୁର ଅଞ୍ଚଳରେ । ମୃତ ବ୍ୟକ୍ତିଙ୍କ ନାମ ବାବୁଆ ଦାସ ବୋଲି ଜଣାପଡିଛି । ଖବର ଅନୁଯାୟୀ, ବାବୁଆ ଦାସ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ହୋଇଥାଏ l ଅନେକ ସମୟରେ ବାବୁଆଙ୍କ ସ୍ତ୍ରୀ ବାବୁଆଙ୍କ ପାଖରେ ନରହି ବାପ ଘରକୁ ଚାଲିଯାଆନ୍ତି । ହେଲେ ବୁଧବାର ବାବୁଆ ଘର ବାହାରେ ଏକ ଭୋଜି ଖାଇ ଶୋଇଥିବା ବେଳେ ହଠାତତାଙ୍କ ସ୍ତ୍ରୀ, ତିନି ପୁଅ ଓ ଝିଅ ମିଶି ଏକ ଶାବଳରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ବାବୁଆ ଗୁରୁତର ହୋଇଥିଲେ । ତୁରନ୍ତ ବାବୁଆଙ୍କୁ ସମ୍ପର୍କୀୟମାନ ଉଦ୍ଧାର କରି ତିହିଡି଼ ମେଡିକାଲ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।






More Stories
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..
ମା’କୁ ଜାଳିଦେଲେ ପୁଅ…..
KIIT ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର,ଦୋଷୀକୁ କ୍ଷମା ନାହିଁ……