Report Card Odisha

| Daily Odia News

ବ୍ଲେଡ଼ରେ କାଟି ସ୍ତ୍ରୀ କୁ ହତ୍ୟା…..

ରିପୋର୍ଟ କାର୍ଡ / ନିମାପଡ଼ା

ସ୍ତ୍ରୀର ତଣ୍ଟିକୁ ବ୍ଲେଡ଼ରେ କାଟି ହତ୍ୟା କଲା ସ୍ୱାମୀ । ପୁରୀ ଜିଲ୍ଲା ନିମାପଡ଼ା ଥାନା ଦିଘାଲ ବସ୍ତିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଂଚି ତଦନ୍ତ ଜାରି ରଖିବା ସହ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିଛି । ତେବେ ପାରିବାରିକ କଳହକୁ କେନ୍ଦ୍ର କରି ଏପରି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ନିମାପଡ଼ା ଥାନା ଦିଘାଲ ବସ୍ତିର ଉରଫାନ ଖାନ ରବିବାର ରାତିରେ ତାଙ୍କ ପତ୍ନୀ ତାହାରୁନ ବିବିଙ୍କ ବ୍ଲେଡରେ ତଣ୍ଟିକାଟି ହତ୍ୟା କରିଛି। ସୋମବାର ସକାଳୁ ଗ୍ରାମବାସୀ ଏସମ୍ପର୍କରେ ଜାଣିବା ପରେ ଅଭିଯୁକ୍ତ ସ୍ଵାମୀକୁ ଅଟକ ରଖିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉରଫାନକୁ ଗିରଫ କରିଛି। ଏହା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ପାରିବାରିକ କଳହ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

Breaking News