ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ଘାଟିକିଆରେ ପାରିବାରିକ କଳହରୁ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଦୁଇ ଝିଅଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଜଣାଯାଇଛି। ନିଶା ପାଇଁ ହତ୍ୟାକାଣ୍ଡ ସନ୍ଦେହ କରାଯାଉଛି। ଏଣେ ଚର୍ଚ୍ଚା ହେଉଛି ଯେ ପୁଣି ଝିଅ ଜନ୍ମ କରିବା କାରଣରୁ ଅଭିଯୁକ୍ତ ସ୍ୱାମୀ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ଅଭିଯୁକ୍ତ ସ୍ୱାମୀଙ୍କୁ ପୋଲିସ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ ସଂଜିତ ଦାସ ଜଣେ ନିୟମିତ ନିଶା ସେବନକାରୀ। ନିଶା ସେବନକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ନିୟମିତ ପାଟିତୁଣ୍ଡ ହେଉଥିଲା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ବିଶେଷ କରି ଗତ ୪ ଦିନ ତଳେ ସ୍ତ୍ରୀ ପୁଣି ଏକ କନ୍ୟା ସନ୍ତାନ ଜନ୍ମ କରିବାକୁ ନେଇ ଘରେ କଳି ହେଉଥିଲା। ସଂଜିତ ଦାସଙ୍କର କିଛି ରୋଜଗାର ନଥିଲା। ସେ ସ୍ତ୍ରୀଙ୍କ ରୋଜଗାରରେ ଚଳନ୍ତି। ସ୍ତ୍ରୀ ସରସ୍ବତୀ ଦାସ ଜଣେ ନର୍ସ। ସଂଜିତ ଦାସ ରାଗରେ ପ୍ରଥମେ ସ୍ତ୍ରୀଙ୍କୁ ଗଳା କାଟି ହତ୍ୟା କରିଥିଲେ। ଏହାପରେ ସେ ନିଜର ଏକ ୬ ବର୍ଷର ଝିଅ ଓ ଆଉ ଏକ ୪ ଦିନର ଝିଅକୁ ମରଣାନ୍ତକ ଆକ୍ରମଣ କରିଥିବା କୁହାଯାଉଛି। ଉଭୟଙ୍କୁ ଏକ ଘରୋଇ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……