ରିପୋର୍ଟ କାର୍ଡ / ଗଞ୍ଜାମ
ଗଞ୍ଜାମ ପାଟପୁର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ଦୁଷ୍କର୍ମ ପରେ ଜଣେ ଶିଶୁ କନ୍ୟାକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏକ ନିର୍ମାଣାଧୀନ ଘରୁ ୪ ବର୍ଷର ଶିଶୁ କନ୍ୟାର ମୃତଦେହ ଉଦ୍ଧାର ହୋଇଛି। ଶିଶୁ କନ୍ୟା ଜଣକ ନିଜ ଅଜା ଘରକୁ ବୁଲିବାକୁ ଆସିଥିଲା। ଏହି ସମୟରେ କେହି ଦୁର୍ବୃତ୍ତ ଏଭଳି ଜଘନ୍ୟ କାଣ୍ଡ ଭିଆଇଥିବା ଅନୁମାନ କରାଯାଉଛି। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ବର୍ତ୍ତମାନ୍ ପର୍ଯ୍ୟନ୍ତ ହତ୍ୟାକାଣ୍ଡର କାରଣ ଜଣାପଡିନଥିବାବେଳେ ପୋଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।






More Stories
ମନ୍ଥା ମୁକାବିଲା ପାଇଁ ବିଏମ୍ସି ପ୍ରସ୍ତୁତ…..
୩ ମାସ ବ୍ଲକ ଡିଇଓଙ୍କ ଦରମା ବନ୍ଦ…..
ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଡିଏଫ୍ଓଙ୍କ ଆଗୁଆ ଜାମିନ ଆବେଦନ ଖାରଜ…..