ରିପୋର୍ଟ କାର୍ଡ / କଟକ
ଦଶହରା ମୂର୍ତ୍ତି ବିବାଦ ଏବଂ କାରିଗରଙ୍କୁ ଆର୍ଥିକ ସହାୟତା ଦେବା ନେଇ ହାଇକୋର୍ଟ ରେ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା | ଶନିବାର ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରୁଛନ୍ତି ହାଇକୋର୍ଟ । ବରଂ ଏ ପ୍ରସଙ୍ଗରେ ଆବେଦନକାରୀ ମାନେ ବିକଳ୍ପ ପଦକ୍ଷେପ ନେଇ ପାରିବେ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ସୂଚନା ଅନୁସାରେ- ମୂର୍ତ୍ତି ଉଚ୍ଚତା ପୂର୍ବ ଭଳି ବଜାୟ ରଖିବା, ପର୍ଦ୍ଦା କଟକଣା ହଟାଇବ , ଏବଂ ସରକାରୀ କଟକଣା କାରଣରୁ ପାର୍ବଣ ସମୟରେ ଯେଉଁ କାରିଗର ମାନେ ଜୀବିକା ହରାଉଛନ୍ତି । ସେମାନଙ୍କୁ ସହାୟତା ରାଶି ପ୍ରଦାନ କରିବା ଭଳି ଆବେଦନ କରି ପ୍ରାୟ ୨୦ରୁ ଅଧିକ ସଂଗଠନ ମିଳିତ ଭାବେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ । ତେବେ ମୂର୍ତ୍ତି ଉଚ୍ଚତା ସମ୍ପର୍କରେ ହାଇକୋର୍ଟ ବାଲୁ ବଜାର ପୂଜା କମିଟିର ଆବେଦନକୁ ପ୍ରଥମରୁ ଖାରଜ କରି ସାରିଛନ୍ତି। ତେଣୁ ସେହିଭଳି ଆବେଦନ ଗୁଡ଼ିକର ପୁନର୍ବିଚାର ନା ହେବାର ସମ୍ଭାବନା ଅଧିକ ଥିଲା ,କିନ୍ତୁ କାରିଗର ମାନଙ୍କ ଲାଗି କିଛି ସ୍ଵତନ୍ତ୍ର ନିର୍ଦ୍ଦେଶ ଦେବାଲାଗି ହାଇକୋର୍ଟ ରାଜି ହୋଇନାହାନ୍ତି । ସେହିପରି କୋର୍ଟ ତାଙ୍କ ରାୟରେ କହିଛନ୍ତି କି , କୋଭିଡ ସଂକ୍ରମଣ କାରଣରୁ ଗତ ୨ ବର୍ଷ ଭିତରେ ଅଗଣିତ ଶ୍ରମଜୀବୀ ରୋଜଗାର ହରାଇଛନ୍ତି । ସେମାନଙ୍କ ବାବଦରେ ସରକାର କିଛିଟା ନୀତିଗତ ପଦକ୍ଷେପ ନେବେ , ତେଣୁ କିଛି ନିର୍ଦ୍ଧିଷ୍ଟ ବର୍ଗର କାରୀଗରଙ୍କୁ ସହାୟତା ଦେବା ଲାଗି ସରକାରଙ୍କୁ ସ୍ଵତନ୍ତ୍ର ଭାବେ ନିର୍ଦ୍ଦେଶ ଦେଇହେଵ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ପାର୍ବଣ ଉପରେ କଟକଣା ଜାରି ହେବା କାରଣରୁ , ସାଜସଜ୍ଜା ଠାରୁ ଆରମ୍ଭ କରି ବଡ଼ ବଡ଼ ମୂର୍ତ୍ତି ନିର୍ମାଣ ଉପରେ ରୋକ୍ ଲଗାଯାଇଛି । ଏହାଦ୍ବାରା ଶତାଧିକ କାରିଗର ବୃତ୍ତି ହରାଇ ବସିଛନ୍ତି ବୋଲି ଆବେଦନକାରୀ ମାନେ କୋର୍ଟଙ୍କୁ ଦର୍ଶାଇଥିଲେ ।
More Stories
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..