ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମିଆଁମାରରେ ସେନା ଶାସନକୁ ଲୋକଙ୍କ ବିରୋଧ ଜାରି ରହିଛି । ଶନିବାର ଦେଶର ରାଜଧାନୀ ନାୟପିଟାୱରେ ବାର୍ଷିକ ସୈନ୍ୟ ଦିବସରେ ସେନା ପରେଡ୍ କରିଥିଲା । ଆଉ ଆନ୍ଦୋଳନ ଦମନ କରିବାକୁ ଯାଇ ସେନା ୧୦୦ରୁ ଅଧିକ ଲୋକଙ୍କୁ ହତ୍ୟା କରିଛି । ଲୋକଙ୍କ ଆନ୍ଦୋଳନକୁ ଦବାଇବାକୁ ଯାଇ ମିଆଁମାରରେ ଏବେ ଯାଏ ସେନା ନେଇଥିବା କାର୍ଯ୍ୟାନୁଷ୍ଠାନ ମଧ୍ୟରୁ ଏହା ସବୁଠୁ ବଡ଼ । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସେନାର ଗୁଳିଗୋଳା ଚାଳନାରେ ୧୧୪ ଜଣଙ୍କ ମୃତ୍ୟୁ ହୋଇଛି । ଏହା ପୂର୍ବରୁ ମଧ୍ୟ ମାର୍ଚ୍ଚ ୧୪ରେ ସେନା ଆନ୍ଦୋଳନକୁ ଦମନ କରିବାକୁ ଯାଇ ବିକ୍ଷୋଭକାରୀଙ୍କ ଉପରକୁ ଗୁଳିମାଡ଼ କରିଥିଲା । ୧୪ ମାର୍ଚ୍ଚରେ ସେନାର ଗୁଳିମାଡ଼ରେ ୭୪ରୁ ୯୦ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିଲା । ମିଆଁମାର ସେନାର ଏଭଳି ଗୁଳିଗୋଳା ଚାଳନା ଓ ଲୋକଙ୍କ ମୃତ୍ୟୁକୁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ନିନ୍ଦା କରାଯାଇଛି । ୨୦୨୧ ବର୍ଷ ଆରମ୍ଭରୁ ହିଁ ମିଆଁମାରରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିବା ବେଳେ ହିଂସା ଲାଗି ରହିଛି । ଲୋକଙ୍କ ଆନ୍ଦୋଳନ ଦମନ କରିବାକୁ ସେନା ଚେଷ୍ଟା କରୁଛି । ସଶସ୍ତ୍ର ସେନା ଦିବସକୁ ଆନ୍ଦୋଳନକାରୀ ପ୍ରତିରୋଧ ଦିବସ ବୋଲି କହିଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଜାପାନ କବଜାରୁ ମୁକ୍ତ ହେବା ଲାଗି ଏଭଳି ପ୍ରତିରୋଧ ଦେଖିବାକୁ ମିଳିଥିଲା
More Stories
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାହୁଲ ଓ ଖଡଗେ…..
୭୨ ଘଣ୍ଟିଆ ଅସ୍ତ୍ରବିରତି ଘୋଷଣା କଲା ରୁଷ୍…..
କାଶ୍ମୀରର ୪୮ ପର୍ଯ୍ୟଟନସ୍ଥଳୀକୁ ବନ୍ଦ କଲେ ସରକାର…..