Report Card Odisha

| Daily Odia News

ଡାଏରୀ ଖୋଲିବ ନବ ଦାସ ହତ୍ୟା ରହସ୍ୟ!…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଥିବା ବେଳେ ପ୍ରତ୍ୟେକ ଦିନ କିଛିନା କିଛି ତଥ୍ୟ ସାମ୍ନାକୁ ଆସୁଛି | ବହିଷ୍କୃତ ଏଏସଆଇ ଗୋପାଳ କୃଷ୍ଣଙ୍କ ଡାଏରୀ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । କ୍ରାଇମବ୍ରାଞ୍ଚ ତଦନ୍ତର ୩ୟ ଦିନରେ ଶୁକ୍ରବାର ଅଭିଯୁକ୍ତ ପୋଲିସ ଏଏସ୍ଆଇ ଗୋପାଳ ଦାସ ରହୁଥିବା କ୍ୱାର୍ଟରରୁ ଡାଏରି ପାଇଛି । କ୍ରାଇମବ୍ରାଞ୍ଚ କହିଛି ଯେ, ଗୋପାଳଙ୍କ ବନ୍ଦ ଥିବା ସରକାରୀ କ୍ୱାର୍ଟର୍ସ ଯାଞ୍ଚ ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜାତ ସହ ଏକ ଡାଏରୀ ମିଳିଛି । ଗୋପାଳର ଡାଏରିକୁ କ୍ରାଇମବ୍ରାଞ୍ଚ ଯାଞ୍ଚ କରୁଥିବା ବେଳେ ପୂର୍ବରୁ ପାଇଖାନା ଟାଙ୍କିରୁ ମିଳିଥିବା ୨୨ ଖଣ୍ଡ ଟୁକୁଡା କାଗଜକୁ ଗୋପାଳ ଚିହ୍ନଟ କରିଛି । ହାତଲେଖା ତାର ବୋଲି ମଧ୍ୟ କହିଛି । ଟୁକୁଡା କାଗଜକୁ ଯୋଡ଼ି ରହସ୍ୟ କାଢ଼ିବାକୁ ହ୍ୟାଣ୍ଡରାଇଟିଂ ବିଶେଷଜ୍ଞ ଉଦ୍ୟମ ଜାରିରହିଛି | ଗୋପାଳର ହାତଲେଖା କି ନୁହେଁ, ସ୍ପଷ୍ଟ ହେବାକୁ ପରୀକ୍ଷା ପାଇଁ ପଠାଯିବ ବୋଲି ସୂଚନା ମିଳିଛି

Breaking News