Report Card Odisha

| Daily Odia News

ଗୁଗଲ୍‌ରେ ସର୍ଚ୍ଚ କରି ଇଞ୍ଜେକ୍ସନ ଦେଲେ ଡାକ୍ତର, ଚାଲିଗଲା ଶିଶୁର ଜୀବନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଗୁଗଲ୍‌ରେ ସର୍ଚ୍ଚ କରି ଇଞ୍ଜେକ୍ସନଦେବା ଦ୍ୱାର ଚାଲିଗଲା ଶିଶୁ ପୁତ୍ର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ | କାର୍ଯ୍ୟରତ ଜଣେ ଡାକ୍ତରଙ୍କ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ମୃତ ଶିଶୁଙ୍କ ପରିବାର ଲୋକ। ସୂଚନା ଅନୁସାରେ, ଗତକାଲି ଡାବୁଗାଁ ବ୍ଲକ୍ ଅନ୍ତର୍ଗତ ବଡ଼ଓଲମା ଗାଁର ପ୍ରଶାନ୍ତ ବିଶୋଇଙ୍କ ୬ ମାସ ପୁଅର ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା। ଫଳରେ ଡାକ୍ତରଙ୍କୁ ଦେଖାଇବାକୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଣିଥିଲେ ପରିବାର ଲୋକ। ଡାକ୍ତର ଜଣକ ଗୁଗଲ୍‌ରେ ସର୍ଚ୍ଚ କରି ପ୍ରେସ୍‌କ୍ରିପସନ୍‌ରେ ଏକ ଇଞ୍ଜେକ୍ସନ ଲେଖି ଔଷଧ ଆଣିବାକୁ କହିଥିଲେ। ଏହାପରେ ପରିବାର ଲୋକେ ଇଞ୍ଜେକ୍ସନ ଆଣିଲା ପରେ ଡାକ୍ତର ଇଞ୍ଜେକ୍ସନ ଦେବାର କିଛି ସମୟ ପରେ ଶିଶୁ ପୁତ୍ର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଦେଖାଦେଇଥିଲା ଅନ୍ୟପକ୍ଷେ, ଘଟଣା ପରେ ସମ୍ପୃକ୍ତ ଡାକ୍ତର ଜଣକ କେଉଁଆଡେ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଡାକ୍ତର ଜଣକ ଶିଶୁକୁ ଇଞ୍ଜେକ୍ସନ ଦେବା ପରେ ଶିଶୁଟିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତେବେ ଡାକ୍ତର ବାବୁ ଜଣକ ଅସଲି କି ନକଲି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Breaking News