Report Card Odisha

| Daily Odia News

ମମତାଙ୍କୁ ଟାର୍ଗେଟ କଲେ ଜେପି ନଡ୍ଡା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପଶ୍ଚିମବଙ୍ଗରେ ଟିଏମସିକୁ ହରାଇବାକୁ ଦୃଢତାର ସହ ଚ୍ୟାଲେଞ୍ଚ କରିଛନ୍ତି । ଏହା ସହିତ କହିଛନ୍ତି କି ମମତା ବାନାର୍ଜୀଙ୍କ ଗୋଡରେ ଆଘାତ ଲାଗିବା ଘଟଣାରେ ବାରମ୍ବାର ବୟାନ ବଦଳାଉଛନ୍ତି । ମମତା ଖୁବ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି କହିଛନ୍ତି ଜେପି ନଡ୍ଡା । ଏହା ସହ ନଡ୍ଡା ଆହୁରି ମଧ୍ୟ କହିଛନ୍ତି ଯେ, ‘ଦିଦି ସୁସ୍ଥ ହୋଇଯାଆନ୍ତୁ କିନ୍ତୁ ସେ ଆହତ ଘଟଣାକୁ ନେଇ ବାରମ୍ବାର ବୟାନ ବଦଳାଇଛନ୍ତି । ଘଟଣା ଦିନ ମମତା ବାନାର୍ଜୀ ଗୋଟିଏ କଥା କହିଥିଲେ କିନ୍ତୁ ଠିକ୍‌ ୨ ଦିନ ପରେ ସେ ତାଙ୍କର ବୟାନ ବଦଳାଇଦେଲେ । ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରହିଛି । ନିର୍ବାଚନ ଆୟୋଗଙ୍କର ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ।’ ପଶ୍ଚିମବଙ୍ଗରେ ଜନତା ଏଥର କଡା ଜବାବ ଦେବେ ବୋଲି ନଡ୍ଡା କହିଛନ୍ତି । ବିଜେପି ଅଧ୍ୟକ୍ଷ କହିଛନ୍ତି, ବେଙ୍ଗଲରେ ଜାରି ରହିଥିବା ଭ୍ରଷ୍ଟାଚାର, ହିଂସା ଏବଂ ଅସହିଷ୍ଣୃତାର ଜବାବ ଦେବେ ଜନତା । ବିଜେପି ପୂର୍ଣ୍ଣ ବହୁମତ ସହିତ ସରକାର ଗଢିବ । ତାମିଲନାଡୁରେ ଏନଡିଏ ମେଣ୍ଟ ସରକାର ଗଢିବ ବୋଲି ନଡ୍ଡା କହିଛନ୍ତି । ଏହା ସହିତ ପୁଡୁଚେରୀରେ ମଧ୍ୟ ବିଜେପି ଏକାକୀ ସରକାର ଗଢିବ ଏବଂ କେରଳରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଜେପି. ନଡ୍ଡା କହିଛନ୍ତି ।

Breaking News