ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇସ୍ରାଏଲ୍ର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନଫ୍ତାଲି ବେନେଟ୍। ସରିଲା ନେତାନ୍ୟାହୁଙ୍କ ଯୁଗ। ବେଞ୍ଜାମିନ୍ଙ୍କ ଐତିହାସିକ ୧୨ ବର୍ଷର ଶାସନ ପରେ ଇସ୍ରାଏଲର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନଫ୍ତାଲି ବେନେଟ୍ ଶପଥ ଗ୍ରହଣ କରିଛନ୍ତି। ରବିବାର ଦିନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ୧୨ ବର୍ଷର ଶାସନ ପରେ ଗାଦିଚ୍ୟୁତ କରିଛନ୍ତି ନଫ୍ତାଲି। ତାଙ୍କ ନେତୃତ୍ୱରେ ନୂତନ ସରକାର ଉପରେ ରବିବାର ସଂସଦ ଭୋଟ୍ ଦେବା ପରେ ଦଳର ୪୯ ବର୍ଷୀୟ ନେତା ବେନେଟ ଶପଥ ଗ୍ରହଣ କରିଛନ୍ତି। ନୂତନ ସରକାରରେ ୨୭ ଜଣ ମନ୍ତ୍ରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୯ ଜଣ ମହିଳା ଥିବା ନେଇ ସୂଚନା ମିଳିଛି । ବେନେଟ ଶପଥ ନେବାପରେ ଅଷ୍ଟ୍ରିଆଠାରୁ ଆମେରିକା ପର୍ଯ୍ୟନ୍ତ ବିଶ୍ୱର ଅନେକ ରାଷ୍ଟ୍ର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବେନେଟଙ୍କୁ ଫୋନ କରି ଅଭିନନ୍ଦନ ଜଣାଇଛନ୍ତି। ବାଇଡେନ କହିଛନ୍ତି ଯେ, ବିକଳ୍ପ ପ୍ରଧାନମନ୍ତ୍ରୀ ବେନେଟ ଏବଂ ବୈଦେଶିକ ମନ୍ତ୍ରୀ ୟାଇର ଲାପିଡଙ୍କୁ ଅନେକ ଅନେକ ଶୁଭେଚ୍ଛା। ଆଗାମୀ ଦିନରେ ଆମେରିକା ଓ ଇସ୍ରାଏଲ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ଅଧିକ ନିବିଡ ହେବା ସେ ଆଶା ପ୍ରକାଶ କରିଛନ୍ତି। ସେହି ପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି |






More Stories
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..