ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦୀର୍ଘ ୫ ଦିନ ବନ୍ଦ ରହିବା ପରେ ଆଜିଠୁ ଖୋଲୁଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ (ବଟାନିକାଲ ଗାର୍ଡେନ) । ନୂଆବର୍ଷରେ ଭିଡ଼ ଆଶଙ୍କା କରି ଏଭଳି କଟକଣା ଲଗାଯାଇଥିଲା। ରାଜ୍ୟରେ ବଢୁଥିବା କରୋନାର ନୂଆ ପ୍ରକରଣ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଗତ ଡିସେମ୍ବର ୩୦ରୁ ଚଳିତ ମାସ ଜାନୁଆରୀ ୩ ପର୍ଯ୍ୟନ୍ତ ୫ଦିନ ପାଇଁ ନନ୍ଦନକାନନ ଓ ପ୍ରାଣୀ ଉଦ୍ୟାନକୁ ରାଜ୍ୟ ସରକାର ବନ୍ଦ ରଖିଥିଲେ। ତେବେ ମଙ୍ଗଳବାର ଠାରୁ ଉଭୟ ଉଦ୍ୟାନ ଖୋଲୁଥିବାରୁ ପର୍ଯ୍ୟଟକ ମାନେ କୋଭିଡ କଟକଣା ମାନି ବୁଲିପାରିବେ ବୋଲି ପରାମର୍ଶ ଦେଇଛନ୍ତି କର୍ତ୍ତୃପକ୍ଷ। ଏହାସହ ବନ୍ଦ ଥିବା ସମୟରେ ସଞ୍ଚାର(ଅନଲାଇନ)ରେ ପର୍ଯ୍ୟଟକ କରିଥିବା ବଣଭୋଜି ପାଇଁ ପିଣ୍ଡି ବୁକିଙ୍ଗ ଓ ପ୍ରବେଶ ପାଇଁ ଟିକଟ ଅର୍ଥ ୧୦ ଦିନ ମଧ୍ୟରେ ଫେରି ପାଇବାକୁ କୁହାଯାଇଛି। ନନ୍ଦନକାନନ ଭଳି ବଟାନିକାଲ ଗାର୍ଡେନ (ଉଦ୍ଭିଦ ବିଜ୍ଞାନ) ମଙ୍ଗଳବାରଠାରୁ ଖୋଲା ରହୁଥିବାରୁ ଓମିକ୍ରନ ପାଇଁ ଵଣଭୋଜିକୁ ଜାନୁଆରୀ ମାସ ପାଇଁ ବନ୍ଦ କରାଯାଇଛି ବୋଲି ଉପ ନିର୍ଦେଶକ ଡ. ସଞ୍ଜିତ କୁମାର କହିଛନ୍ତି।






More Stories
ପୁଣି ୨ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର…..
ସିଧା ଏନକାଉଣ୍ଟର…..
OERC ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଦୀପ ଜେନା…..