ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ପୂର୍ବରୁ ପଶ୍ଚିମବଙ୍ଗରେ ହିଂସା ସ୍ଥିତି ଦେଖିବାକୁ ମିଳିଛି। ନନ୍ଦିଗ୍ରାମରେ ବିଜେପି ଓ ତୃଣମୂଳ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି। ଏହି ହିଂସାରେ ଜଣେ ମହିଳା ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଛି। ଏଥିସହ ୭ରୁ ଅଧିକ କାର୍ଯ୍ୟକର୍ତ୍ତା ଆହତ ହୋଇଛନ୍ତି। ସୂଚନା ମୁତାବକ, ମେ’ ୨୨ ତାରିଖରେ ବିଳମ୍ବିତ ରାତିରେ ନନ୍ଦିଗ୍ରାମର ସୋନଚୁରାରେ ଏହି ଘଟଣା ଘଟିଛି। ଏଠାରେ ବିଜେପି ଓ ଟିଏମ୍ସି କର୍ମୀମାନେ ମୁହାଁମୁହିଁ ହୋଇଥିଲେ। ଏତିକି ବେଳେ ଟିଏମ୍ସି କାର୍ଯ୍ୟକର୍ତ୍ତାମାନେ ଧାରୁଆ ଅସ୍ତ୍ରରେ ବିଜେପି କର୍ମୀଙ୍କ ଉପରେ ଆକମ୍ରଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ମହିଳା ବିଜେପି କର୍ମୀ ରଥିବାଲା ଆଣ୍ଡିଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏହାକୁ ବିରୋଧ କରି ଆଜି ବିଜେପି ନନ୍ଦିଗ୍ରାମରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଅନ୍ୟପକ୍ଷରେ ଆକ୍ରମଣ ଅଭିଯୋଗକୁ ଟିଏମ୍ସି ଅସ୍ୱୀକାର କରିଛି। ଟିଏମ୍ସି କହିଛି, ବିଜେପି କର୍ମୀଙ୍କ ମଧ୍ୟରେ ଝଗଡା ହୋଇଥିଲା, ଏହି କାରଣରୁ ସେମାନେ ନିଜେ ପରସ୍ପର ସହ ସଂଘର୍ଷ କରିଥିଲେ। ଏହାପୂର୍ବରୁ ମେ’ ୨୦ ତାରିଖରେ ପଶ୍ଚିମବଙ୍ଗର ବାରକପୁରରେ ବିଜେପି ପ୍ରାର୍ଥୀ ଅର୍ଜୁନ ସିଂହ ଓ ଟିଏମ୍ସି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଜୋରଦାର ଝଗଡା ହୋଇଥିଲା। ପୁଲିସର ଉପସ୍ଥିତିରେ ଏହି ବିବାଦ ହୋଇଥିଲା। ଏହାପର ଠାରୁ ପୂରା ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା।






More Stories
ପୁଲୱାମା ଆକ୍ରମଣର ମାଷ୍ଟର ମାଇଣ୍ଡକୁ ହତ୍ୟା……
ମୋଦୀ ଡାକିଲେ ଜରୁରୀ ବୈଠକ…..
ଦେଶରେ ଆସୁଛି ଆର୍ଥିକ ଝଡ଼; ପ୍ରଧାନମନ୍ତ୍ରୀ ଟଫି ବାଣ୍ଟୁଛନ୍ତି…..