ରିପୋର୍ଟ କାର୍ଡ / କୋଲକାତା
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରର ଦୁଇଜଣ ମନ୍ତ୍ରୀ- ଫିର୍ହାଦ୍ ହକିମ ଏବଂ ସୁବ୍ରତ ମୁଖାର୍ଜୀଙ୍କୁ ନାରଦ ଲାଞ୍ଚ ମାମଲାରେ ସିବିଆଇ ଗିରଫ କରିଥିଲା | ଏହା ପରେ ରାଗିଯାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘ସିବିଆଇ’ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ସିବିଆଇ ଆଜି ସକାଳେ ଏକସଙ୍ଗରେ ଦୁଇ ମନ୍ତ୍ରୀ ଓ ଅନ୍ୟ ଦୁଇଜଣ ନେତାଙ୍କ ଘରେ ଚଢ଼ାଉ କରି ସେମାନଙ୍କୁ ଉଠାଇ ନେବା ପରେ ଗିରଫ କରିଛି । ଚଢ଼ାଉ ଓ ଗିରଫଦାରିକୁ ବିରୋଧ କରି ତୃଣମୂଳ କଂଗ୍ରେସ ସମର୍ଥକମାନେ ‘ସିବିଆଇ’ ଅଫିସ୍ ବାହାରେ ରୁଣ୍ଡ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନିଜେ ଯାଇ ସେଠାରେ ପହଞ୍ଚିଥିଲେ। ପରେ ପରେ ତୃଣମୂଳ କଂଗ୍ରେସ ସାଂସଦ ତଥା ଆଡ୍ଭୋକେଟ୍ କଲ୍ୟାଣ ବାନାର୍ଜୀ ମଧ୍ୟ ‘ସିବିଆଇ’ ଅଫିସ୍ରେ ପହଞ୍ଚିଥିଲେ । କଲ୍ୟାଣଙ୍କ କହିବା ଅନୁସାରେ, ତାଙ୍କ ମନ୍ତ୍ରୀମାନଙ୍କୁ ଅଟକ ରଖିବା ବେଆଇନ୍ ବୋଲି କହିଛନ୍ତି | ତାଙ୍କୁ ଗିରଫ କରିବା ଲାଗି ମୁଖ୍ୟମନ୍ତ୍ରୀ ‘ସିବିଆ୍ଇ’କୁ ଚାଲେଞ୍ଜ୍ କରି କରିଛନ୍ତି । ତାଙ୍କୁ ଗିରଫ କରା ନ ଗଲେ ସେ ‘ସିବିଆଇ’ ଅଫିସ୍ରୁ ଘୁଞ୍ଚିବେ ନାହିଁ ବୋଲି କହିଛନ୍ତି । ପଶ୍ଚିମବଙ୍ଗ ବିଧାନସଭାର ବାଚସ୍ପତି ବିମାନ ବାନାର୍ଜୀ ମଧ୍ୟ କହିଛନ୍ତି ଯେ, ହାଇକୋର୍ଟଙ୍କ ଆଦେଶ ଅନୁଯାୟୀ, କୌଣସି ବିଧାୟକଙ୍କୁ ଗିରଫ କରାଯିବା ପୂର୍ବରୁ ବାଚସ୍ପତିଙ୍କୁ ଖବର ଦିଆଯିବା ସହ ତାଙ୍କ ଅନୁମତି ଲୋଡ଼ାଯିବା କଥା। ଏ କ୍ଷେତ୍ରରେ ତାହା କରାଯାଇ ନାହିଁ। ସଦ୍ୟତମ ସୂଚନା ଅନୁସାରେ, ‘ନାରଦ ମାମଲା’ରେ ଚାର୍ଜସିଟ୍ ଦାଖଲ କରିବା ଲାଗି ‘ସିବିଆଇ’ ଟିମ୍ ବଙ୍କଶାଳ ଅଦାଲତରେ ପହଞ୍ଚିଛି।
More Stories
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚେତାବନୀ,‘କାଶ୍ମୀରକୁ ଛଡ଼ାଇ ନେବୁ’…..
ଆପ୍ ‘ଅପରେସନ୍ ଲୋଟସ୍’ ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ ଉପରାଜ୍ୟପାଳ…..
ସୋନୁ ସୁଦ୍ଙ୍କ ନାଁରେ ଗିରଫ ପରଓ୍ବାନା ଜାରି…..