ନୂଆଦିଲ୍ଲୀ: ସଫଳ ହେଲା ‘ନାସା’ ର ମଙ୍ଗଳ ଅଭିଯାନ । ଅନ୍ତରୀକ୍ଷରେ ‘ନାସା’କୁ ଐତିହାସିକ ସଫଳତା ମିଳିଛି । ଯୁକ୍ତରାଷ୍ଟ୍ର ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ୫ମ ରୋଭର ମଙ୍ଗଳ ପୃଷ୍ଠରେ ପହଁଚିଛି । ୭ ମାସର ଯାତ୍ରା ପରେ ରାତି ୩ଟା ୫୫ରେ ପର୍ସିଭରେନ୍ସ ରୋଭର ମଙ୍ଗଳରେ ସଫଳତାର ସହ ଅବତରଣ କରିଛି । ଏଥି ସହିତ ଆମେରିକା ମଙ୍ଗଳ ଗ୍ରହରେ ସର୍ବାଧିକ ରୋଭର ପଠାଇଥିବା ରାଷ୍ଟ୍ରମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ହାସଲ କରିପାରିଛି ।ଏହି ରୋଭର ମଙ୍ଗଳ ଗ୍ରହର ସବୁଠୁ ବିପଦଜନକ ସ୍ଥାନରେ ଅବତରଣ କରିଛି । ଜେଜେରୋ କ୍ରେଟର ମଂଗଳ ଗ୍ରହର ଅତ୍ୟନ୍ତ ଦୁର୍ଗମ ସ୍ଥାନ ଅଟେ । ଜେଜେରୋ କ୍ରେଟରରେ ଗଭୀର ଘାଟୀ, ଉଚ୍ଚ ପାହାଡ଼, ବାଲି ଓ ପଥର ରହିଛି । ରୋଭର୍ ମଙ୍ଗଳ ପୃଷ୍ଠରେ ପୁରାତନ ଜୀବସତ୍ତାର ସନ୍ଧାନ କରିବ ବୋଲି ଜଣାପଡ଼ିଛି । ମାଟି ଓ ପଥରର ନମୁନା ସଂଗ୍ରହ କରି ପୁଣି ପୃଥିବୀ ପୃଷ୍ଠକୁ ଫେରାଇ ଆଣିବା । ଏହି ରୋଭର ମଙ୍ଗଳରେ ୧୦ ବର୍ଷ କାମ କରିପାରିବ । ଏହି ରୋଭରର ୧୦ ଫୁଟ ବିଶିଷ୍ଟ ରୋବୋଟିକ ବାହୁ, ୨୩ ଟି କ୍ୟାମେରା ରହିଛି ।





More Stories
ରାଜସ୍ଥାନରେ ହିଂସା:ଇଣ୍ଟରନେଟ୍ ସେବା ବନ୍ଦ……
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..