Report Card Odisha

| Daily Odia News

୭୮ ବର୍ଷ ବୟସରେ ପଦାର୍ପଣ କଲେ ନବୀନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଲୋକପ୍ରିୟତାର ଶୀର୍ଷରେ ରହି ସଫଳତାର ଗୋଟିକ ପରେ ଗୋଟିଏ ପାହାଚ ଚଢ଼ି ଚାଲିଛନ୍ତି। ଓଡ଼ିଶାରେ କ୍ରମାଗତ ୫ ଥର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରି ସେ ରେକର୍ଡ ସୃଷ୍ଟି କରିଛନ୍ତି। ଏପରିକି ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ରହିବାରେ ସେ ଏବେ ଦେଶରେ ଦ୍ବିତୀୟ। ଏତେସବୁ ସାଫଲ୍ୟ ସହିତ ନବୀନଙ୍କ ସ୍ବଚ୍ଛ, ନିର୍ମଳ ଭାବମୂର୍ତ୍ତି ଆଜି ମଧ୍ୟ ବଜାୟ ରହିଛି। ତାଙ୍କର ନିରାଡ଼ମ୍ବର ଜୀବନଶୈଳୀ, ଦୃଢ଼ ନେତୃତ୍ବ ଏବଂ ଲୋକପ୍ରିୟତା ଏବେ ଗବେଷଣାର ବିଷୟ ହେଲାଣି। ୨୩ ବର୍ଷ ହେଲା ଓଡ଼ିଶାବାସୀଙ୍କୁ ନିରଙ୍କୁଶ ଶାସନ ଦେଇ ସେ ଜନତାଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସୋମବାର ସେ ୭୭ ବର୍ଷ ପୂରଣ କରି ୭୮ ବର୍ଷ ବୟସରେ ପଦାର୍ପଣ କରିବେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସବୁଥର ପରି ଏଥର ମଧ୍ୟ ନିଜ ଜନ୍ମଦିନ ପାଳନ କରିବେ ନାହିଁ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି କରାଯାଇଥିବା ପ୍ରେସ୍ ବିଜ୍ଞପ୍ତି ଅନୁସାରେ, ଗତ ମାସରେ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ବିୟୋଗ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଏ ବର୍ଷ ଜନ୍ମଦିନ ପାଳନ କରିବେ ନାହିଁ। ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶୁ‌େ‌ଭଚ୍ଛୁଙ୍କୁ ଅନୁରୋଧ କରିଛନ୍ତି। କେବଳ ଏବର୍ଷ ନୁହେଁ ୨୦୧୭ ମସିହା ପରଠାରୁ ବିଭିନ୍ନ କାରଣରୁ ନବୀନ ନିଜ ଜନ୍ମଦିନ ପାଳନ କରିନାହାନ୍ତି। ଗତବର୍ଷ ମଧ୍ୟ ନବୀନ ତାଙ୍କ ଜନ୍ମଦିନ ପାଳନ କରିନଥିଲେ।

 

Breaking News