ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହୋଇଛି | ଆରମ୍ଭରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସକ୍ରିୟ ରହିଛନ୍ତି । ବିଧାନସଭା ଗୃହରେ ପ୍ରବେଶ ସମୟରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ତେରେଛା ବାଣ ମାରିଛନ୍ତି ନବୀନ। ନବୀନ ଗାଡ଼ିରୁ ଓହ୍ଲାଇବା ପରେ ଗୃହକୁ ପ୍ରବେଶ କରିବା ସମୟରେ ବିଜେଡି ବିଧାୟକମାନେ ତାଙ୍କୁ ଅଭିବାଦନ ଜଣାଇଥିଲେ। ଏହି ସମୟରେ ନବୀନ ସନାତନଙ୍କୁ ଦେଖି ଅଟକି ଯାଇଥିଲେ ଏବଂ ଗତ କାଲି ବିଜେଡି ବିଧାୟକ ଦଳ ବୈଠକକୁ କାହିଁକି ଆସି ନଥିଲେ ପ୍ରଶ୍ନ କରିଥିଲେ। ଉତ୍ତରରେ ସନା ମହାକୁଡ଼ ଅସୁସ୍ଥତା କାରଣ ଦର୍ଶାଇଥିଲା ବେଳେ ପ୍ରତିଜଵାବରେ ଭାଜପା ଆଡ଼କୁ ଯାଉଛନ୍ତି କି କହି ତେରଛା ବାଣ ମାରିଥିଲେ ନବୀନ।






More Stories
୨୦୨୭ରୁ ନୂଆ ନିୟମ ଲାଗୁ…..
ବ୍ୟବସାୟୀଙ୍କୁ ହତ୍ୟା…..
ତେଲିଆ ଖାଦ୍ୟକୁ ‘ନା’, ସୁସ୍ଥ ଖାଦ୍ୟକୁ ‘ହଁ’……