ରିପୋର୍ଟ କାର୍ଡ / ମୁମ୍ବାଇ
ନାଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଶିବସେନା ପ୍ରତିଷ୍ଠାତା ସ୍ୱର୍ଗତ ବାଲ୍ ଠାକରେଙ୍କ ନାମରେ ନାମିତ ହେବ | ଏନେଇ ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାକୁ ଏକ ସ୍ବତନ୍ତ୍ର ବିମାନ ବନ୍ଦରର ପରିଚୟ ମିଳିବ ବୋଲି ଜଣାପଡ଼ିଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପିତା ବାଲ୍ ଠାକରେ ୧୯୬୬ ମସିହାରେ ଶିବସେନା ପ୍ରତିଷ୍ଠା କରିଥିଲେ। ୨୦୧୨ ରେ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେ ଏହାର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ। କିନ୍ତୁ କିଛି ସ୍ଥାନୀୟ ରାଜନେତା ଦାବି କରିଛନ୍ତି ଯେ ଏହି ନୂତନ ବିମାନବନ୍ଦରକୁ କୃଷକ ନେତା ସ୍ୱର୍ଗତ ଡି ବି ପାଟିଲଙ୍କ ନାମରେ ନାମିତ କରାଯାଉ।






More Stories
ମୋତେ ଚୁପ୍ କରିବା ପାଇଁ ହେଲେ ହତ୍ୟା କରିବାକୁ ପଡ଼ିବ…..
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..
ଇରାନ ଉପରେ ଆକ୍ରମଣ…..