ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ଅନଲାଇନ ଖାଦ୍ୟ ଦେଉଥିବା ଏଜେଣ୍ଟଙ୍କ ପାଇଁ ଆଜି ସ୍ୱତନ୍ତ୍ର ଟିକାକରଣ ବ୍ୟବସ୍ଥା କରାଯାଇଛି। ସ୍ୱିଗି ଓ ଜୋମାଟୋ ଏଜେଣ୍ଟଙ୍କୁ ଟିକା ଦିଆଯାଉଛି । ଏଥିପାଇଁ ଗଜପତି ନଗରରେ ଥିବା ସପ୍ତମ ବାଟାଲିୟନ୍ ହାଇସ୍କୁଲ ପରିସରରେ ସ୍ୱତନ୍ତ୍ର ସେଣ୍ଟର କରାଯାଇଛି । ଅନଲାଇନ୍ ଫୁଡ୍ ଡେଲିଭରି ଦେଉଥିବା ସ୍ୱିଗି ଓ ଜୋମାଟୋ ଏଜେଣ୍ଟ ନେଉଛନ୍ତି ଟିକା । ପରିଚୟପତ୍ର ଦେଖାଇ ଟିକା ନେଉଛନ୍ତି । ହୋମ୍ ଡେଲିଭରିକୁ ସୁରକ୍ଷିତ କରିବା ପାଇଁ ଏଭଳି ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ । ସେହିପରି ଓଡ଼ିଶା ରେଷ୍ଟୁରାଣ୍ଟ ଆସୋସିଏସନ୍ କର୍ମଚାରୀଙ୍କ ପାଇଁ ନୟାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଟିକାକରଣ ସେଣ୍ଟର କରାଯାଇଛି ।






More Stories
ଡି.ଏ.ଭି.ପବ୍ଲିକ ସ୍କୁଲ ରେ ‘ହର ଘର ତିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ…..
“ମୋ କଣ୍ଠ, ମୋ ପରିଚୟ” ପ୍ରତିଯୋଗିତା ଅନୁଷ୍ଠିତ…..
ସୌମ୍ୟ ହତ୍ୟା ମାମଲା:ମିଳିଲାନି ପ୍ରମାଣ,ମୁକୁଳିଲେ ଅଭିଯୁକ୍ତ…..