Report Card Odisha

| Daily Odia News

ଜେଲ୍ ଗଲେ ସିଦ୍ଧୁ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଂହ ସିଦ୍ଧୁ ୩୩ ବର୍ଷ ତଳର ଏକ ମାମଲାରେ ଜେଲ ଯାଇଛନ୍ତି । ସିଦ୍ଧୁ ଆଜି ପଞ୍ଜାବର ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ତେବେ ଆସନ୍ତା ୧ ବର୍ଷ ପାଇଁ ସିଦ୍ଧୁ ଜେଲ କୋଠରୀରେ ସମୟ ବିତାଇବେ । ପୂର୍ବରୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସିଦ୍ଧୁଙ୍କ ଓକିଲ ଗୋଟିଏ ସପ୍ତାହର ସମୟ ମାଗିଥିଲେ । ମାତ୍ର ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ସିଦ୍ଧୁଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ଫଳରେ ଅନ୍ୟ ଉପାୟ ନଥିବାରୁ ସିଦ୍ଧୁ ଆଜି ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଛନ୍ତି |

Breaking News