ରିପୋର୍ଟ କାର୍ଡ / ରାଞ୍ଚି
ଝାଡ଼ଖଣ୍ଡ ଗିରଡିହରେ ହାୱଡ଼ା-ନୂଆଦିଲ୍ଲୀ ରେଳ ଧାରଣା କୁ ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି ମାଓବାଦୀ । ଘଟଣାସ୍ଥଳରେ ଆରପିଏଫ୍ ଓ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଏହି ଘଟଣା ଫଳରେ ଅନେକ ଟ୍ରେନର ରୁଟରେ ପରିବର୍ତ୍ତନ କରାଯାଇଛି । ମିଳିଥିବା ସୂଚନା ମୁତାବକ, ଧନବାଦ ରେଲୱେ ଡିଭିଜନର ପାଖ ଚିଚାକି ଓ କର୍ମାବାଦ ରେଲୱେ ଷ୍ଟେସନରେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ପରେ ଅନେକ ଟ୍ରେନର ରୁଟ ପରିବର୍ତ୍ତନ ହୋଇଛି । ଏହା ସହିତ ଅନେକ ଟ୍ରେନର ଗତିକୁ ନିୟନ୍ତ୍ରଣ କରାଯାଇଛି । ବୁଧବାର ବିଳମ୍ବିତ ରାତିରେ ଏହି ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ରେଲୱେ ଟ୍ରେନର କୌଣସି ବିଶେଷ କ୍ଷତି ହୋଇନାହିଁ । କିନ୍ତୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ରୁଟରେ ଟ୍ରେନ ଯିବା ବନ୍ଦ କରାଯାଇଛି ।
More Stories
ଆଜିଠୁ ପୁରୁଣା ଗାଡ଼ି କୁ ପେଟ୍ରୋଲ-ଡିଜେଲ ମନା…..
ବନ୍ୟାରେ ଭାସିଯାଇ ୧୨ ନିଖୋଜ……
ରାସାୟନିକ କାରଖାନାରେ ବିସ୍ଫୋରଣ ଘଟଣା:ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି……