Report Card Odisha

| Daily Odia News

ବଦଳିଲା NDA ସଂସଦୀୟ ଦଳର ନାମ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି (BJP) ନେତୃତ୍ୱାଧୀନ ଶାସକ NDA ମେଣ୍ଟ ସଂସଦୀୟ ବୈଠକର ନାମ ବଦଳାଇ ଦିଆଯାଇଛି। ଏବେ ଏହାକୁ ‘ମଙ୍ଗଳ ମିଳନ’ ନାମ ଦିଆଯାଇଛି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ NDA ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଏବଂ ରାଜପଥ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନର ନାମ ବଦଳାଯାଇ ସାରିଛି।ସଂସଦ ଅଧିବେଶନ ସମୟରେ ସାଧାରଣତଃ ଏହି ବୈଠକ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥାଏ। ଏବେ ନିଜର ନୂଆ ନାମ ‘ମଙ୍ଗଳ ମିଳନ’ ସହିତ ପ୍ରଥମ ବୈଠକ ୨୧ ଜୁଲାଇରେ ଅନୁଷ୍ଠିତ ହେବାକୁ ଯାଉଛି। NDA ସଂସଦୀୟ ଦଳର ଏହି ବୈଠକ ମଙ୍ଗଳବାର (୨୧ ଜୁଲାଇ) ସକାଳ ୯:୩୦ ରେ ସଂସଦ ଭବନରେ ହେବ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ NDA ସାଂସଦମାନଙ୍କୁ ସମ୍ବୋଧିତ ମଧ୍ୟ କରିବେ।

Breaking News