ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଓଡ଼ିଶାରେ ପହଞ୍ଚିଛନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ବିମାନ ବନ୍ଦର ନିକଟରେ ତାଙ୍କୁ ଭବ୍ୟ ସ୍ୱାଗତ ଆୟୋଜନ କରାଯାଇଥିଲା । ଦ୍ରୌପଦୀଙ୍କ ସ୍ୱାଗତ ପାଇଁ ବିମାନ ବନ୍ଦରରେ ଅନେକ ବିଜେଡି ଓ ବିଜେପି ବିଧାୟକ ଏବଂ ସାଂସଦ ଉପସ୍ଥିତ ରହିଥିଲେ । ବିଜେଡି ସାଂସଦ ପିନାକୀ ମିଶ୍ର, ସସ୍ମିତ ପାତ୍ର, ବିଜେପି ସଂସଦ ଅପରାଜିତା ଷଡ଼ଙ୍ଗୀ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ରାଜ୍ୟ ବିଜେପି ମୁଖ୍ୟ ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଦ୍ରୌପଦୀଙ୍କୁ ସ୍ୱାଗତ କରିଥିଲେ ।ଅତିଥି ଭବନରେ କିଛି ସମୟ ବିଶ୍ରାମ ପରେ ବିଧାନସଭାକୁ ଯାଇଛନ୍ତି ଦ୍ରୌପଦୀ । ବିଧାନସଭାରେ ସ୍ୱାଗତ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେଡି ସାଂସଦ ଓ ବିଧାୟକ ମଧ୍ୟ ଦ୍ରୌପଦୀଙ୍କୁ ସ୍ୱାଗତ ଜଣାଇଛନ୍ତି ।






More Stories
ଗଡ଼ିଲା ୩ ରଥ,ଜୟ ଜଗନ୍ନାଥ ଧ୍ୱନିରେ ଶ୍ରୀକ୍ଷେତ୍ର ପ୍ରକମ୍ପିତ…..
ପ୍ରବଳରୁ ଅତି ପ୍ରବଳ ବର୍ଷା:୧୩ ଜିଲ୍ଲାକୁ ରେଡ୍-ଅରେଞ୍ଜ ଓ୍ବାର୍ନିଂ ଜାରି…..
ରଥଯାତ୍ରାରେ ଭକ୍ତଙ୍କ ମୃତ୍ୟୁ :ଦଳା ଚକଟା ନୁହେଁ ଅଣନିଶ୍ବାସୀ ହେବାରୁ….