ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶ ଜଣେ ନିରପେକ୍ଷ ତଥା ଟାଣୁଆ ନିର୍ବାଚନ କମିସନ ଆବଶ୍ୟକ କରୁଛି | ଏପରି ବ୍ୟକ୍ତି ଯିଏ କି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ । ଏକଥା କହିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ୍ କେଏମ ଜୋସେଫଙ୍କ ଅଧ୍ୟକ୍ଷତାରେ ଥିବା ଏକ ୫ ଜଣିଆ ଖଣ୍ଡପୀଠ କହିଛନ୍ତି, “ ଉଦାହରଣସ୍ବରୂପ ପ୍ରଧାନମନ୍ତ୍ରୀଙ୍କୁ ବିରୋଧରେ କୌଣସି ଅଭିଯୋଗ ଆସିଲା, ସେତେବେଳେ ମୁଖ୍ୟ ନିର୍ବାଚନ କମିସନର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା କଥା । କିନ୍ତୁ ଯଦି ମୁଖ୍ୟ ନିର୍ବାଚନ କମିସନର ଦୂର୍ବଳ ଥିବେ ତାହା ସମଗ୍ର ବ୍ୟବସ୍ଥାର ବିଫଳତା ନୁହେଁ କି ପ୍ରଶ୍ନ କରିଛନ୍ତି | ଅନେକ କମିଟି କହୁଛନ୍ତି ନିର୍ବାଚନ କମିସନରେ ସଂସ୍କାର ଆବଶ୍ୟକ । ରାଜନୈତିକ ନେତାମାନେ ଛାତ ଉପରେ ଛିଡ଼ା ହୋଇ ମଧ୍ୟ ସେୟା କହୁଛନ୍ତି । କିନ୍ତୁ କିଛି ହେଉନାହିଁ । ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି ଯେ, ସିଇସି ସବୁ ପ୍ରକାରର ରାଜନୈତିକ ପ୍ରଭାବରୁ ମୁକ୍ତ ରହିବା ଆବଶ୍ୟକ । ଏଥିପାଇଁ ଆମକୁ ସେମାନଙ୍କ ଚୟନ ପାଇଁ ଏକ ମୁକ୍ତ ଓ ବୃହତ୍ ସଂସ୍ଥା ଆବଶ୍ୟକ, କେବଳ କ୍ୟାବିନେଟ ନୁହେଁ । ଗତକାଲି ସୁପ୍ରିମକୋର୍ଟ କହିଥିଲେ ଯେ, ଟି.ଏନ,ଶେଷାନଙ୍କ ପରି ଟାଣୁଆ ମୁଖ୍ୟ ନିର୍ବାଚନ କମିସନ ଦରକାର । ଭାରତର ନିର୍ବାଚନ କମିସନରେ ସଂସ୍କାର ଆଣିବାକୁ ଆଗତ ଏକ ମାମଲାର ଶୁଣାଣି କରି କୋର୍ଟ ଏହି ଟିପ୍ପଣି ଦେଇଛନ୍ତି ।






More Stories
ପଞ୍ଚାୟତ ଅଫିସ୍କୁ ସ୍ଥାନାନ୍ତର ହେବ ପୋଷ୍ଟ ଅଫିସ୍……
ବିଷାକ୍ତ ଗ୍ୟାସ ଲିକ୍ ,ଦୁଇ ମୃତ ,୧୦,୦୦୦ ପ୍ରଭାବିତ…..
ବିଦେଶୀ ପ୍ରତିନିଧିଙ୍କ ଠାରୁ ବିରୋଧୀ ଦଳଙ୍କୁ ଦୂରେଇ ରଖାଯାଉଛି,ପୁରୁଣା ପରମ୍ପରା ଭାଙ୍ଗିଦେଉଛନ୍ତି……