ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟୋକିଓ ଅଲିମ୍ପିକ୍ସ ଜାଭେଲିନ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ଅସୁସ୍ଥ ଥିବା ସୂଚନା ମିଳିଛି । ଗତ ଦୁଇଦିନ ହେବ ତାଙ୍କୁ ପ୍ରବଳ ଜ୍ୱର ହୋଇଥିବା ଜଣାପଡିଛି । ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କର କୋଭିଡ ପରୀକ୍ଷା କରାଯାଇଥିଲା | ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଛି। ଏବେ ତାଙ୍କୁ ବିଶ୍ରାମ ନେବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ସେ ଅସୁସ୍ଥ ଥିବା କାରଣରୁ ହରିୟାଣା ସରକାରଙ୍କ ପକ୍ଷରୁ କରାଯିବାକୁ ଥିବା ସମ୍ମାନ ସମାରୋହରେ ଯୋଗ ଦେଇପାରି ନ ଥିଲେ।ନୀରଜ ଭାରତ ଫେରିବା ପରେ ଅନେକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହାକୁ ନେଇ ସେ ଅସୁସ୍ଥ ହୋଇପଡ଼ିଥିଲେ। ତେବେ ସାମାନ୍ୟ ସୁସ୍ଥ ଅନୁଭବ କରୁଥିବାରୁ ସେ ଶନିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ବୋଲି ଜଣାପଡ଼ିଛି।






More Stories
ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା…..
ଆଇପିଏଲ୍ ନିଲାମ ତାଲିକାରେ ଦୁଇ ଓଡିଆ…..
ବାରବାଟୀରେ ଭାରତର ବିରାଟ ବିଜୟ……