ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତର ଅଲିମ୍ପିକ୍ ଚାମ୍ପିଆନ୍ ନୀରଜ ଚୋପ୍ରା ଜାଭେଲିନ୍ ଥ୍ରୋ’ରେ ଦୋହା ଡାଏମଣ୍ଡ ଲିଗ୍ ଟାଇଟଲ ହାସଲ କରିଛନ୍ତି। ୨୫ ବର୍ଷ ବୟସ୍କ ନୀରଜ ଚୋପ୍ରା ଗତ ସେପ୍ଟେମ୍ବରରେ ସ୍ୱିଜରଲ୍ୟାଣ୍ଡରେ ୨୦୨୨ ଡାଇମଣ୍ଡ ଲିଗ୍ ଟ୍ରଫି ମଧ୍ୟ ହାସଲ କରିଥିଲେ। ଶୁକ୍ରବାର ଅନୁଷ୍ଠିତ ମୁକାବିଲାରେ ୮୮.୬୭ ମିଟର ଦୂରତାକୁ ଜାଭେଲିନ୍ ଫିଙ୍ଗି ନୀରଜ ଚୋପ୍ରା ଦୋହା ଡାଏମଣ୍ଡ ଲିଗ୍ ଟାଇଟଲ ହାସଲ କରିଛନ୍ତି । ୮୮.୬୭ ମିଟର ଦୂରତା ତାଙ୍କର କ୍ୟାରିୟର ଚତୁର୍ଥ ଶ୍ରେଷ୍ଠ ପ୍ରୟାସ ଥିଲା। କତାର ସ୍ପୋର୍ଟସ କ୍ଲବରେ ଦ୍ୱିତୀୟ ଥର ପାଇଁ ଇଭେଣ୍ଟ ଜିତିବା ଲାଗି ସେ ଶେଷ ପର୍ଯ୍ୟନ୍ତ ଅଗ୍ରଣୀ ବଜାୟ ରଖିଥିଲେ। ଚେକ୍ ଗଣ ରାଜ୍ୟର ଭାଡଲେଜ୍ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ଗ୍ରେନାଡାର ପିଟର୍ସ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ବିଜୟ ସହିତ ନୀରଜ ମଧ୍ୟ ବିଶ୍ୱ ଅଗ୍ରଣୀ ସ୍ଥାନ ହାସଲ କରିଛନ୍ତି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..