ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା ଅଗଷ୍ଟ ୧ରେ ସାରା ଦେଶରେ ନିଟ୍ ଅନୁଷ୍ଠିତ ହେବ। ଏନେଇ ଏନ୍ଟିଏ ପକ୍ଷରୁ ଶୁକ୍ରବାର ତାରିଖ ଘୋଷଣା ହୋଇଛି। ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ ଚଳିତ ବର୍ଷ ଅଫ୍ଲାଇନ୍ରେ ପରୀକ୍ଷା କରାଯିବ। ଛାତ୍ରଛାତ୍ରୀଙ୍କ ପାଇଁ ଇଂରାଜୀ ଏବଂ ହିନ୍ଦୀ ସହିତ ୧୧ ଭାଷାରେ ପ୍ରଶ୍ନପତ୍ର ଆସିବ। ଏମ୍ବିବିଏସ୍, ବିଡିଏସ୍, ବିଏଏମ୍ଏସ୍, ବିଏସ୍ଏମ୍ଏସ୍, ବିୟୁଏମ୍ଏସ୍ ଏବଂ ବିଏଚ୍ଏମ୍ଏସ୍ ପାଠ୍ୟକ୍ରମ ନାମଲେଖାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ନିଟ୍ ପରୀକ୍ଷା ଦେବାକୁ ପଡିଥାଏ। ଚଳିତ ପରୀକ୍ଷା ପାଇଁ ପାଠ୍ୟଖସଡା, ଯୋଗ୍ୟତା ମାନଦଣ୍ଡ, ବୟସ, ସଂରକ୍ଷଣ, ପରୀକ୍ଷା ଫି ଏବଂ ପରୀକ୍ଷା କେନ୍ଦ୍ର ଆଦି ସଂକ୍ରାନ୍ତରେ ପରବର୍ତ୍ତୀ ସମୟରେ ଏନ୍ଟିଏ ପକ୍ଷରୁ ସୂଚନା ଦିଆଯିବ। ନିଟ୍ ୟୁଜି ପରୀକ୍ଷା ଫଳ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଡାକ୍ତରୀ ଏବଂ ନର୍ସିଂ ଶିକ୍ଷାନୁଷ୍ଠାନ ଗୁଡିକର ନିୟମାବଳୀକୁ ଭିତିକରି ଫଳ ପ୍ରକାଶ ପାଇବ ବୋଲି ଏନ୍ଟିଏ ବିଜ୍ଞପ୍ତିରେ ଉଲ୍ଲେଖ କରିଛି।
More Stories
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..