Report Card Odisha

| Daily Odia News

ନିଟ-ୟୁଜି ରେଜଲ୍ଟ ପ୍ରକାଶିତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ପ୍ରକାଶ ପାଇଛି ନିଟ-ୟୁଜି ପରୀକ୍ଷା ରେଜଲ୍ଟ । ଶନିବାର ମଧ୍ୟାହ୍ନ ସୁଦ୍ଧା ସହରୱାରୀ ଓ ପରୀକ୍ଷା କେନ୍ଦ୍ରୱାରୀ ନିଟ ୟୁଜି ରେଜଲ୍ଟ ପ୍ରକାଶ କରିବାକୁ ସୁପ୍ରିମ କୋର୍ଟ ଏନଟିଏକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଆଜି ନିର୍ଦ୍ଧାରିତ ସମୟ ମଧ୍ୟରେ ଏହାକୁ ପ୍ରକାଶ କରାଯାଇଛି। ନିଟ-ୟୁଜି ରେଜଲ୍ଟ ଏବେ NEET UG 2024ର ଅଫିସିଆଲ ୱେବସାଇଟ୍‌ରେ ଉପଲବ୍ଧ ଅଛି। ୱେବସାଇଟ୍ nta.nic.inକୁ କ୍ଲିକ୍‌ କରି ଛାତ୍ରଛାତ୍ରୀ ନିଜ ରେଜଲ୍ଟ ପାଇପାରିବେ। ଜୁନ ୪ରେ ସର୍ବଭାରତୀୟ ସ୍ତରରେ ନିଟ ରେଜଲ୍ଟ ପ୍ରକାଶ ପାଇଥିଲା। କିନ୍ତୁ ଏବେ ସହରୱାରୀ ଓ ପରୀକ୍ଷାକେନ୍ଦ୍ରୱାରୀ ରେଜଲ୍ଟ ପ୍ରକାଶ ପାଇଛି। ଯଦି ବିପୁଳ ସଂଖ୍ୟାରେ ଅନିୟମିତତା ହୋଇଥିବା ଏହି ରେଜଲ୍ଟରୁ ଜଣାପଡ଼ିବ, ତା’ହେଲେ ପୁଣି ପରୀକ୍ଷା ହୋଇପାରେ ବୋଲି ସର୍ବୋଚ୍ଚ ଅଦାଲତ ସର୍ତ୍ତ ରଖିଥିଲେ। ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜି ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗର ତଦନ୍ତ ଏବେ ସିବିଆଇ କରୁଛି। ସିବିଆଇ ତଦନ୍ତ ଦାୟିତ୍ୱ ପାଇବା ପରେ ଏଫଆଇଆର ରୁଜୁ କରି ୬୦ ଜଣଙ୍କୁ ଗିରଫ କରିସାରିଲାଣି।

Breaking News