Report Card Odisha

| Daily Odia News

ନଦୀକୁ ଖସିଲା ବସ୍ ,୧୨ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନେପାଳ ଡାଙ୍ଗ ଜିଲ୍ଲାରେ ଏକ ଯାତ୍ରୀବାହୀ ବସ୍ ପୋଲ ଉପରେ ଯାଉଥିବାବେଳେ ନଦୀ ମଧ୍ୟକୁ ଖସିପଡିଛି। ଫଳରେ ଏହି ଦୁର୍ଘଟଣାରେ ୧୨ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବସଟି ବାଙ୍କେର ନେପାଳଗଞ୍ଜରୁ କାଠମାଣ୍ଡୁକୁ ଯାଉଥିବାବେଳେ ଏଭଳି ଅଘଟଣ ଘଟିଛି। ବସରେ ୨୨ଜଣ ଯାତ୍ରୀ ରହିଥିଲେ । ମୃତକଙ୍କ ମଧ୍ୟ ଦୁଇ ଜଣ ଭାରତୀୟ ରହିଛନ୍ତି। ଜଣେ ବିହାରର ଯୋଗେନ୍ଦ୍ର ରାମ ହୋଇଥିବାବେଳେ ଅନ୍ୟ ଜଣେ ଉତ୍ତର ପ୍ର​‌ଦେଶର ହୋଇଥିବା ଜଣାପଡିଛି। ଅନ୍ୟ ଆହତ ମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଯାତ୍ରୀବାହୀ ବସଟି ଏକ ପାହାଡରେ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସନ୍ଦେହ କରାଯାଉଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।

Breaking News