ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇଣ୍ଡିଆ ଗେଟ୍ରେ ସ୍ଥାପନ ହେବାକୁ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଜୋର୍ସୋରରେ ଚାଲିଛି। ଏହାର ନିର୍ମାଣ କାର୍ଯ୍ୟ ପାଇଁ ମହୀଶୂର ଖ୍ୟାତନାମା ଭାସ୍କର୍ଯ୍ୟ ଶିଳ୍ପୀ ଅରୁଣ ଯୋଗୀରାଜ କରୁଛନ୍ତି। ଇଣ୍ଡିଆ ଗେଟ୍ରେ ନେତାଜୀଙ୍କ ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ତାଙ୍କର ୧୨୫ ତମ ଜନ୍ମବାର୍ଷିକୀ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ। ଚଳିତ ବର୍ଷ ଜାନୁଆରି ୨୩ରେ ନେତାଜୀଙ୍କ ଜନ୍ମ ଦିନରେ ତାଙ୍କର ହଲୋଗ୍ରାମ ପ୍ରତିମୂର୍ତ୍ତିକୁ ଇଣ୍ଡିଆ ଗେଟ୍ରେ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଥିଲେ। ଇଣ୍ଡିଆ ଗେଟ୍ରେ ନିର୍ମାଣାଧୀନ ପ୍ରତିମୂର୍ତ୍ତିର ଫିଟିଂ ସମ୍ବନ୍ଧିତ ପରୀକ୍ଷାନିରୀକ୍ଷା ଆରମ୍ଭ କରାଯିବାର ସମ୍ଭାବନା ରହିଛି। ଏହାର ନିର୍ମାଣ ଓଡ଼ିଆ ସ୍ଥପତି ତଥା ନ୍ୟାସନାଲ ମଡର୍ନ ଆର୍ଟ ଗ୍ୟାଲେରି (ଏନ୍ଜିଏମ୍ଏ) ନିର୍ଦ୍ଦେଶକ ଅଦ୍ବୈତ ଗଡ଼ନାୟକଙ୍କ ନେତୃତ୍ବରେ ୩୦ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ନିର୍ମାଣ ଡିଜାଇନ ଚୂଡ଼ାନ୍ତ ହୋଇଥିଲା। ନିଜେ ଶ୍ରୀ ଗଡ଼ନାୟକ ମଧ୍ୟ ଏହାର ନିର୍ମାଣ କରୁଥିବା କହିଥିଲେ।






More Stories
ବାଚସ୍ପତିଙ୍କ ସମେତ ୪୨ ଜଣ ବିଧାୟକଙ୍କୁ ନୋଟିସ୍…..
ଚାଷୀଙ୍କୁ ବିବାହ କଲେ ମିଳିବ ଭତ୍ତା !…..
ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର…..