ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତାକୁ ସୁଗମ କରିବା ପାଇଁ ଓଡ଼ିଶାରେ ତିନି ଦିନିଆ ଜାତୀୟ କର୍ମଶାଳା ଆଜିଠାରୁ ୨୩ ପର୍ଯ୍ୟନ୍ତ ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହି କର୍ମଶାଳାର ଉଦଘାଟନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନରେ କହିଛନ୍ତି ଶିକ୍ଷା ହେଉଛି ଶକ୍ତି । କାହିଁ କେଉଁ କାଳରୁ ଶିକ୍ଷାକୁ ଗୁରୁତ୍ଵ ଦିଆଯାଉଛି । ପ୍ରାଚୀନ କାଳରେ ଶିକ୍ଷା ପାଇଁ ଗୁରୁକୂଳରେ ସ୍ଵତନ୍ତ୍ର ବ୍ୟବସ୍ଥା ଥିଲା। ପିଲାମାନେ ଗୁରୁକୂଳରେ ରହି ପଢିବା ସହ ଅନ୍ୟ ଶିକ୍ଷା ନେଉଥିଲେ। ବ୍ରିଟିଶ୍ ଅମଳରେ ପିଲାଙ୍କ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ଵ ଦିଆଯାଉନଥିଲା। ଗୁଣାତ୍ମକ ଶିକ୍ଷା ଯୋଗାଇବାକୁ ଏବେ ନୂଆ ଶିକ୍ଷା ନୀତି ଅଣାଗଲା। କେନ୍ଦ୍ର ଓ ରାଜ୍ୟ ସହଭାଗିତାରେ ଏନଇପି ୨୦୨୦ ଲାଗୁ ହେବାକୁ ଯାଉଛି। ଏହି କର୍ମଶାଳା ରାଜ୍ୟର ଶିକ୍ଷା ଗୋଷ୍ଠୀଙ୍କୁ ସଚେତନ କରିବ ଏବଂ ଓଡ଼ିଶାରେ ଜାତୀୟ ଶିକ୍ଷା ନୀତିର ପର୍ଯ୍ୟାୟକ୍ରମେ କାର୍ଯ୍ୟକାରିତା ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ। ରାଜ୍ୟ ସରକାର ପିଏମ୍ ଶ୍ରୀ ଯୋଜନାକୁ କାର୍ଯ୍ୟକାରୀ କରି ରାଜ୍ୟର ବିଦ୍ୟାଳୟଗୁଡ଼ିକୁ ଜାତୀୟ ଶିକ୍ଷା ନୀତି କାର୍ଯ୍ୟାନ୍ୱୟନ ପାଇଁ ଆଦର୍ଶ ବିଦ୍ୟାଳୟ ଭାବେ ଉନ୍ନୀତ କରୁଛନ୍ତି।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……